Posts

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ଅସହମତ

Image
ଆପଣ ସମସ୍ତେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କୁ ନିହାତି ଜାଣିଛନ୍ତି । ଆମେ ରାଜ୍ୟପାଳଙ୍କୁ ଭଲ ପାଉ । ପ୍ରଫେସର ଗଣେଶି ଲାଲଙ୍କ ଭଳି ଜଣେ ରାଜ୍ୟପାଳଙ୍କୁ ପାଇ ଓଡ଼ିଶାବାସୀ ଗର୍ବିତ । ତାର କାରଣ ହେଉଛି ଓଡ଼ିଶାର ସଂସ୍କୃତି ପରମ୍ପରା ସହିତ ମହାମହିମ ରାଜ୍ୟପାଳ ଯେତେ ଶୀଘ୍ର ଜଡିତ ହେଲେ ଆଉ ତାକୁ ଗ୍ରହଣ କରିପାରିଲେ ପୂର୍ବରୁ କୌଣସିବି ରାଜ୍ୟପାଳ ସମକକ୍ଷ ହୋଇପାରିବେ ନାହିଁ । ଲୋକଙ୍କୁ ଭଲ ପାଇବା, ଲୋକଙ୍କ ସହ ଜଡିତ ହେବା, ଓଡ଼ିଆ ସଂସ୍କୃତି ପରମ୍ପରାକୁ ଭଲ ପାଇବା, ଓଡିଆ ଭାଷା, ସାହିତ୍ୟପ୍ରତି ରୁଚି ରଖିବା ପୂର୍ବରୁ କୌଣସି ରାଜ୍ୟପାଳଙ୍କ କ୍ଷେତ୍ରରେ ଦେଖାଯାଇନଥିଲା । ଓଡ଼ିଶା କେଉଁଭଳି ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ସେଥିପାଇଁ ଗଣେଶି ଲାଲଙ୍କ ଭଳି ଜଣେ ରାଜ୍ୟପାଳ ଅହରହ ଉଦ୍ୟମ ଜାରି ରଖିଛନ୍ତି । ଗଣେଶି ଲାଲ ରାଜ୍ୟ ପାଇଁ ଯେତିକି କରିଛନ୍ତି ତାହା ଅନେକ ସମୟ ପାଇଁ ରାଜ୍ୟବାସୀ ମନେରଖିବେ । ଆଉ ଏହି କାମ ପାଇଁ ସମସ୍ତଙ୍କର ଭଲ ପାଇବା ରହିଛି, ଆମର ମଧ୍୍ୟ ରାଜ୍ୟପାଳଙ୍କ ପ୍ରତି ଭଲ ପାଇବା ରହିଛି ।  ତାଙ୍କ ଜ୍ଞାନ ଗରିମା ପ୍ରତି ମଧ୍ୟ ଆମର ଯଥେଷ୍ଟ ସମ୍ମାନ ରହିଛି । ଜଣେ ବୁଦ୍ଦିଜୀବୀ ହିସାବରେ, ଜଣେ ପୂର୍ବତନ ରାଜନେତା ଭାବେ ତାଙ୍କର କ୍ଷ୍ୟାତି ରହିଛି । ଆପଣଙ୍କ ମାନଙ୍କ ମଧ୍ୟରୁ ଅନେକ ଜାଣିଥିବେ ଯେ ୧ମାର୍ଚ୍ଚ ୧୯୪୨ରେ ହରିୟାଣାର ସିର୍ସାରେ ଜନ୍ମ ହୁଏ ଗଣେଶିି ଲାଲଙ୍କର । ଇଂରାଜୀ ସମ୍ମାନରେ ଡିଗ୍ରୀଧାରୀ ଗଣେ...

ମିତା....

ମିତ୍ରତା ରୁ ଉତ୍ପତ୍ତି ତୁମର  ଆଉ ପୁଣି ଭାରି ଅଭିମାନି ବି ତୁମେ ବୋଧେ ଭଗବାନ ଇଚ୍ଛା କରିଥିଲେ  ଦୁଇଟି ଗୁଣ ଭରି ଦେବାକୁ ଆଉ ଦେଇଛନ୍ତି ବି ଗୋଟିଏ ନିହାତି ଅଭିମାନି ଝିଅ ବେଳେବେଳେ ଏତେ ବୁଝେଇ ବି ସେ ଅବୁଝା ନା ଜାଣିବାକୁ ଭାରି ଇଚ୍ଛା ହଉଥିବ କଣ ନା ଦେବି କେତେ ନାଁରେ କିଏ ଡାକେ ସେ କାହାର ସୁନା ଝିଅ ତ କାହାର ସ୍ତ୍ରୀ ତ ଆଉ କାହାର ଭଉଣୀ ଏଇମିତି ଅନେକ ପରିଚୟ ଭିତରୁ ସେ ଖୋଜୁଛି କଣ ତାର ନିଜ ପରିଚୟ ଶେଷରେ କହିବି ସେ ପ୍ରିୟଙ୍କା ଆମ ମିତା ସବୁ ଭାଇଙ୍କର ଗେଲ୍ଲୀ ବି ସେ ଆଜି ସେ ଯାଉଛି, ମନରେ କୋହ ଦୋଷ ଦେଉଛି କାହିଁକି ପର କଲ କିନ୍ତୁ ସେ ବି ଜାଣିଛି ଏ ବିଧିର ନିୟମ ତାକୁ ମାନିବାକୁ ପଡିବ ଆଉ ନିଶ୍ଚିତ ହୋଉ ଏତେ ଅଭିମାନ କର ଆଉ  ଟିକିଏ ହସି ଦିଅ ଯେମିତି ପ୍ରତିଥର କଥା ହୁଅ ଆଉ ପୁଣି ଅପେକ୍ଷା ଆଉ ଗୋଟେ ଛୁଟି କୁ

ଦେଢ଼ ବର୍ଷ

ଅନେକ ପରିବର୍ତ୍ତନ ଆସିଛି ଏ ଦେଢ଼ ବର୍ଷରେ । ଅନେକ ନୂଆ ଜିନିଷ ଘଟିଛି ଏ ୧୮ମାସରେ । ଯାହା ଭାବିଛି ତାହା ଠାରୁ ବହୁତ ଅଧିକ ହୋଇଛି ଏ ସମୟ ଭିତରେ । କିନ୍ତୁ ଅନେକ ପ୍ରଶ୍ନ ରହିଛି ମନରେ । କଣ ଅକ୍ଷର ଚିହ୍ନିଲେ ଜଣେ ଉପସ୍ଥାପକ ? କଣ ଭଲ ଲେଖଲେ ଜଣେ ଭଲ ପ୍ରଯୋଜକ ? କଣ ଭଲ ଏଡିଟ କଲେ ଜଣେ ଭଲ ଏଡିଟର ? ଏମିତି ଆହୁରି ଅନେକ ପ୍ରଶ୍ନ ଅଛି । ହୋଉ ଛାଡ଼ନ୍ତୁ ଏବେ ଆସିବା ଆଉ କିଛି କଥାକୁ କଣ ଜଣେ ଭଲ ମଣିଷ ହେବା ପାଇଁ ଅନ୍ୟ ଆଗରେ ମିଛ ଅଭିନୟ କରିବା ଦରକାର କି । କାରଣ ମୁଁ ଦେଖୁଛି ଅନେକ ଲୋକ ଅଛନ୍ତି ଯେଉଁମାନେ ମୋର ସମ୍ପର୍କକୁ ନେଇତ ପ୍ରଶ୍ନ କରିଦେଲେ କିନ୍ତୁ ତା ଭିତରେ ଥିବା ମୋର ସ୍ନେହ,ଆଦର ଆଉ ଭଲ ପାଇବାକୁ ଚିହ୍ନିଲେ ନାହିଁ । ବେଳେବେଳେ ଇଚ୍ଛା ହୁଏ ଏମାନଙ୍କୁ କିଏ ଏ ସବୁ ଅଧିକାର ଦେଉଛି ୟା ବିଷୟରେ ତା ବିଷୟରେ କଥା ହେବାକୁ । ଆମେ ନିଜ ଛୋଟ ଜୀବନରେ ଅନେକ ଖୁସି ଅଛୁ କିନ୍ତୁ ଏ ଛୋଟ ଛୋଟ କଥା ଆମମାନଙ୍କ ଜୀବନରେ ଅନେକ ପ୍ରଭାବ ପକାଏ । ଆହୁରି ବି ମୋ ପାଖରେ ଏତେ ଧନ ଅଛି ଆମେ ଏ ସବୁ ବାମ ହାତରେ କରିପାରିବୁ । ହଁଆଜ୍ଞା ଆମେ ଜାଣିଛୁ କିନ୍ତୁ ଗର୍ଵ କାହିଁକି ସେଟା ତମ ଅର୍ଜିତ ନୁହେଁ । ତୁମେ ଆଉ କାହାର ଅର୍ଜିତକୁ ନେଇ ଗର୍ଵ କରୁଛ କିନ୍ତୁ ଆମେ ସ୍ୱଅର୍ଜିତକୁ ନେଇ ଆଗକୁ ଯାଉଛୁ । ଜୀବନରେ ମୁଁ ସମ୍ପର୍କକୁ ନେଇ ଭାରି ଶକ୍ତ । ମୁଁ ସମ୍ପର୍କ ଭାଙ୍ଗିବାରେ ବିଶ୍ୱାସ କରେନାହିଁ । କେମିତି ଆମେ ହସ ଦୁଃଖ ଭିତରେ ସମ୍ପର୍କ...

ଦାଦା

ଆଜି ଝିଅଙ୍କ ପାଇଁ ଦିନଟିଏ । ମୋ ପାଇଁ ମୋ ଦୁଇ ଝିଅ ସବୁବେଳେ ଖାସ । ତାଙ୍କ ଦାଦା ଡାକ ଆଜିବି ମୋ କାର୍ଯ୍ୟ ବ୍ୟସ୍ତତାର ଔଷଧ । ସବୁଦିନ ସେମାନଙ୍କ ଜୀବନର ପ୍ରତିଟି ଦିନ ମୋତେ ଲାଗେ ମୁଁ ସେମାନଙ୍କ ଠାରୁ ପଛରେ ଅଛି । ରାତିର ନିଦ ନସିବା ଆଉ ଭୋକ ଥାଇ ବି ଖାଇ ନପାରିବା ବି ମୁଁ ଦେଖିଛି କିନ୍ତୁ ସେମାନଙ୍କ ଫଟୋକୁ ଦେଖିବାପରେ ତାଙ୍କଠୁ ଦୁରେଇ ରହିବାର କଷ୍ଟ ବି ଭୁଲି ହୋଇଯାଏ । ଆଜିବି ସେମାନଙ୍କ ଅଳି ଲାଗେ ମୁଁ ମୋ ଛୋଟ ବେଳକୁ ଫେରିଯିବି । ସମୟ ଆଜି ପରିବର୍ତ୍ତନ ହୋଇଛି । ସେ ଦୁଇ ଜଣ ଆଜି ମୋ ଠୁ ବହୁତ ଦୂରରେ ଅଛନ୍ତି । ଆଜି ଆଉ ସକାଳୁ ଉଠି ତାଙ୍କ ସହ ଦେଖା ହଉନି କି କଥା ବି ହଉନି, ବାସ ସପ୍ତାହ ରେ କେବେ କେମିତି ଫୋନ ରେ କଥା ଆଉ ଖାଲି ପ୍ରଶ୍ନ ଆଉ ପ୍ରଶ୍ନ କିନ୍ତୁ ମୋ ପାଖରେ ଉତ୍ତର ନାହିଁ #happydaughtersday😘😘😇♥️  #Missyoupradhanfamily  #missukhushireshma

ଫୋନ କଲ

ସବୁଦିନ ଆସେନି ସେହି କଲ ଆଉ ଯେବେ ଆସେ, ଅନେକ କିଛି କୁହେ ସେ କଲ ତାକୁ ଏତେ ଧୌର୍ଯ୍ୟର ସହ ଶୁଣେ ଯେମିତି ଗପ ହଁ ସେ ଗପ ହେଲେ ବି ସତ  ଯିଏ ବୁଝିପାରିବ ତା ପାଇଁ ସତ ଆଉ ଅବୁଝା ମାନେତ ବୁଝିପାରିବେନି ମନରେ କୋହ ଆଉ ଦୁଃଖ ଶୁଣିପାରେ ସେ କଲ ସେ ବି ଦୁଃଖ ଭୁଲି ଟିକିଏ ହସିଦିଏ ପଦେ କଥାରେ ବେଳେବେଳେ ରାଗି ଯାଏ ତା ରାଗ ଆଗରେ ସବୁବେଳେ ହାର ମାନେ ମୁଁ ଭଗବାନ ବି ମୋତେ ତା ଭଳି କରିଥାନ୍ତେ ଭଲା ମୁଁ ବି ଜାଣିପାରନ୍ତି କେତେ କଷ୍ଟ ସହିଛି ହେଲେ ବି ସେ ହସୁଛି ଅନ୍ୟ ପାଇଁ

ମୁଁ ଜାଣେ ମୁଁ କିଏ

ସବୁବେଳେ ଯୁକ୍ତାତ୍ମକ କଥା ଭାବୁଥିବା ମଣିଷ ସବୁବେଳେ ମନଖୋଲି ସବୁ କହୁଥିବା ମଣିଷ ମନରେ କିଛି ରଖୁନଥିବା ମଣିଷ ସବୁବେଳେ ନୂଆ ଚିନ୍ତା କରୁଥିବା ମଣିଷ ଯାହା ମୁଁ ତାହା ମୁଁ, ନା କାହାର ଖରାପ ଭାବେ ନା କାହାର ଖରାପ ଚିନ୍ତା କରେ ସବୁବେଳେ ଯାହା କରିହେବ ନାହିଁ ତା କରିପାରିବାର ଚିନ୍ତା ଅନ୍ୟକୁ ସଠିକ ରାସ୍ତା ଦେଖେଇବାର ଚିନ୍ତା ଘାତ ପ୍ରତିଘାତ ଆସିବ ଯିବ, କିନ୍ତୁ ମୁଁ ସେମିତି ରହିଥିବି ଦୃଢ଼, ଆଉ ସଂକଳ୍ପବଦ୍ଧ

ପଛରୁ ଛୁରୀ

କଣ ଲାଭ ପାଆନ୍ତି କେଜାଣି ପଛରୁ ଛୁରୀ ମାରି ସାମ୍ନାରୁ କହିବାର ଯଦି ସାହାସ ନାହିଁ ତମେ କି ମଣିଷ ତମେ କଣ ସେଟା ଜାଣିଛୁ, ଆଉ ଅଧିକ ଜାଣିବା ଦରକାର ନାହିଁ ଆଜି ପଛରୁ ଗୋଡ଼ ଟାଣିବାକୁ ଚେଷ୍ଟା କରିଛ ଦିନ ଆସିବ ସେ ଲୋକ ହି ତମ ଗୋଡ଼ ଟାଣିଦେଵ ଏତେ ଗର୍ଵ କଣ ପାଇଁ ଯେ, କଣ ବଡ଼ ପଦରେ ଅଛ ବଡ଼ ପଦରେ ଥିଲେ କଣ ହବ ମନ ତ ଛୋଟ ହେ ଏଗୁଡା ପା ପାଦ ଚଟା ଚାକର  ହାଡ଼ ଖଣ୍ଡେ ମିଳିବ ବୋଲି ଲାଞ୍ଜ ଜାକି ବସିଛ ମନେ ରଖ ସମୟ ସମସ୍ତଙ୍କ ର ଆସେ  ଆଜି ତମର ଆସିଛି କାଲି ମୋର ଆସିବ