ଢେଙ୍କାନାଳ ଅନୁଭୂତି

ଆଜି ମୁଁ ଢେଙ୍କାନାଳରେ କାଟିଥିବା ୯ମାସର ରହଣିକୁ ଲେଖୁବାକୁ ଯାଉଛି ।
ସନ୍ତୋଷ ଭାଇ ତାରିଣୀ ହୋଟେଲର ମାଲିକ ଆମେ ଢେଙ୍କାନାଳରେ ରହିବ ଭିତରେ ସେ ହୋଟେଲ ଥିଲା ଆମ ସବୁଦିନିଆ ଖାଇବା ଜାଗା । ସେ ସାଧା ହେଉ ବା ଆମିଷ ହେଉ ନିଟିଦିନ ସେଠି ଆମର ଆସର ଜମେ । ଭାଇ ଆମକୁ ପୁରା ଆପଣେଇ ନେଇଥିଲେ । ମୋ ଖାଇବା ସମୟ ରାତି ୮ଟା ସିତମ ଭାଇ ଆଉ ପ୍ରଭାସ କୁ ନେଇ ପହଂଚି ଯାଉ ସେଠାରେ । ମୋର ତାଙ୍କ ହୋଟେଲରେ କୋବି ଚିଲି ପସନ୍ଦ ଆଉ ତା ସହ ଆମପାଇଁ ସେ ସବୁ ଦିନ ସବୁ  ପକେଇ ସେପସିଆଲ ମିକ୍ସ ଗୋଟେ କରନ୍ତି ତାସହ ବାଡ଼ିଆ ରୁଟି ଓଃ କି ଆରାମରେ ଖାଇଯାଉ । ତାରୀ ଭିତରେ ସମ୍ପର୍କର ନିବିଡ଼ତା ଏତେ ହେଇଗଲା ଯେ ତାଙ୍କ ଭଉଣୀ ନିର୍ବନ୍ଧ ଆଉ ଯାହା ପୂଜାପର୍ବ ହୁଏ ତାଙ୍କ ଘରେ ଖାଇବାକୁ ଦକର ଆସିଯାଏ । କୁହନ୍ତି ତମେ ମନେ ମୋ ଭାଇ ଲାଜ କରନି ଖାଇଯା ପରେ କଥାବାର୍ତା । ଆଉ ସବୁରି ଭିତରେ ମନରେ କଷ୍ଟହେଲା ଯେବେ ଶୁଣିବାକୁ ପାଇଲୁ ତାଙ୍କ ବାପାଙ୍କ ଦେହ ଖରାପ ଆଉ ହୋଟେଲରେ ସେ ଆମକୁ ଆଉ ପରିସି ପାରୁନଥିଲେ କିନ୍ତୁ ଆମେ କଥା ବୁଝି ଯାହା ହେଉ ଖାଇ ଚାଲି ଆସୁ କିନ୍ତୁ ଶେଷ ସମୟ ବେଳକୁ ଆମେ ଆଉ ହୋଟେଲକୁ ଯାଇ ପାରିଲୁନି କାରଣ କ୍ୟାମ୍ପସ ଚୟନ ଆଉ ପରୀକ୍ଷା ବୋଝରେ ଯେମିତି ସମୟ ମିଳିଲାନି । ମନଦୁଃଖ ଲାଗିଲା । ଆଉ ତାରି ଭିତରେ ୭ମାସ ହେଇଗଲାଣି ଏବେ କେବଳ facebook ରେ କଥା ହେଇଛୁ । ସମୟ ମିଳିନି କେବେ ଫୋନ କରି ଟିକେ କଥା ହେବାକୁ ଭାବୁଛି ଭାଇ ରାଗିଥିବେ ଭାବୁଥିବେ ମୁଁ ଭୁଲି ଯାଇଛି କିନ୍ତୁ କେବେ ମୁଁ ସନ୍ତୋଷ ଭାଇ ଆଉ ତାଙ୍କ ପରିବାରକୁ ଭୁଲି ପାରିବିନି । ଭାଇ ଅନୁରୋଧ ପଢିବ ଆଉ ମୋତେ ଉତ୍ତର ଦବ ।
  ତୁମର
  ଧର୍ମେନ୍ଦ୍ର

Comments