ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ଅସହମତ
ଆପଣ ସମସ୍ତେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କୁ ନିହାତି ଜାଣିଛନ୍ତି । ଆମେ ରାଜ୍ୟପାଳଙ୍କୁ ଭଲ ପାଉ । ପ୍ରଫେସର ଗଣେଶି ଲାଲଙ୍କ ଭଳି ଜଣେ ରାଜ୍ୟପାଳଙ୍କୁ ପାଇ ଓଡ଼ିଶାବାସୀ ଗର୍ବିତ । ତାର କାରଣ ହେଉଛି ଓଡ଼ିଶାର ସଂସ୍କୃତି ପରମ୍ପରା ସହିତ ମହାମହିମ ରାଜ୍ୟପାଳ ଯେତେ ଶୀଘ୍ର ଜଡିତ ହେଲେ ଆଉ ତାକୁ ଗ୍ରହଣ କରିପାରିଲେ ପୂର୍ବରୁ କୌଣସିବି ରାଜ୍ୟପାଳ ସମକକ୍ଷ ହୋଇପାରିବେ ନାହିଁ । ଲୋକଙ୍କୁ ଭଲ ପାଇବା, ଲୋକଙ୍କ ସହ ଜଡିତ ହେବା, ଓଡ଼ିଆ ସଂସ୍କୃତି ପରମ୍ପରାକୁ ଭଲ ପାଇବା, ଓଡିଆ ଭାଷା, ସାହିତ୍ୟପ୍ରତି ରୁଚି ରଖିବା ପୂର୍ବରୁ କୌଣସି ରାଜ୍ୟପାଳଙ୍କ କ୍ଷେତ୍ରରେ ଦେଖାଯାଇନଥିଲା । ଓଡ଼ିଶା କେଉଁଭଳି ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ସେଥିପାଇଁ ଗଣେଶି ଲାଲଙ୍କ ଭଳି ଜଣେ ରାଜ୍ୟପାଳ ଅହରହ ଉଦ୍ୟମ ଜାରି ରଖିଛନ୍ତି । ଗଣେଶି ଲାଲ ରାଜ୍ୟ ପାଇଁ ଯେତିକି କରିଛନ୍ତି ତାହା ଅନେକ ସମୟ ପାଇଁ ରାଜ୍ୟବାସୀ ମନେରଖିବେ । ଆଉ ଏହି କାମ ପାଇଁ ସମସ୍ତଙ୍କର ଭଲ ପାଇବା ରହିଛି, ଆମର ମଧ୍୍ୟ ରାଜ୍ୟପାଳଙ୍କ ପ୍ରତି ଭଲ ପାଇବା ରହିଛି । ତାଙ୍କ ଜ୍ଞାନ ଗରିମା ପ୍ରତି ମଧ୍ୟ ଆମର ଯଥେଷ୍ଟ ସମ୍ମାନ ରହିଛି । ଜଣେ ବୁଦ୍ଦିଜୀବୀ ହିସାବରେ, ଜଣେ ପୂର୍ବତନ ରାଜନେତା ଭାବେ ତାଙ୍କର କ୍ଷ୍ୟାତି ରହିଛି । ଆପଣଙ୍କ ମାନଙ୍କ ମଧ୍ୟରୁ ଅନେକ ଜାଣିଥିବେ ଯେ ୧ମାର୍ଚ୍ଚ ୧୯୪୨ରେ ହରିୟାଣାର ସିର୍ସାରେ ଜନ୍ମ ହୁଏ ଗଣେଶିି ଲାଲଙ୍କର । ଇଂରାଜୀ ସମ୍ମାନରେ ଡିଗ୍ରୀଧାରୀ ଗଣେ...