Posts

Showing posts from 2020

ମିତା....

ମିତ୍ରତା ରୁ ଉତ୍ପତ୍ତି ତୁମର  ଆଉ ପୁଣି ଭାରି ଅଭିମାନି ବି ତୁମେ ବୋଧେ ଭଗବାନ ଇଚ୍ଛା କରିଥିଲେ  ଦୁଇଟି ଗୁଣ ଭରି ଦେବାକୁ ଆଉ ଦେଇଛନ୍ତି ବି ଗୋଟିଏ ନିହାତି ଅଭିମାନି ଝିଅ ବେଳେବେଳେ ଏତେ ବୁଝେଇ ବି ସେ ଅବୁଝା ନା ଜାଣିବାକୁ ଭାରି ଇଚ୍ଛା ହଉଥିବ କଣ ନା ଦେବି କେତେ ନାଁରେ କିଏ ଡାକେ ସେ କାହାର ସୁନା ଝିଅ ତ କାହାର ସ୍ତ୍ରୀ ତ ଆଉ କାହାର ଭଉଣୀ ଏଇମିତି ଅନେକ ପରିଚୟ ଭିତରୁ ସେ ଖୋଜୁଛି କଣ ତାର ନିଜ ପରିଚୟ ଶେଷରେ କହିବି ସେ ପ୍ରିୟଙ୍କା ଆମ ମିତା ସବୁ ଭାଇଙ୍କର ଗେଲ୍ଲୀ ବି ସେ ଆଜି ସେ ଯାଉଛି, ମନରେ କୋହ ଦୋଷ ଦେଉଛି କାହିଁକି ପର କଲ କିନ୍ତୁ ସେ ବି ଜାଣିଛି ଏ ବିଧିର ନିୟମ ତାକୁ ମାନିବାକୁ ପଡିବ ଆଉ ନିଶ୍ଚିତ ହୋଉ ଏତେ ଅଭିମାନ କର ଆଉ  ଟିକିଏ ହସି ଦିଅ ଯେମିତି ପ୍ରତିଥର କଥା ହୁଅ ଆଉ ପୁଣି ଅପେକ୍ଷା ଆଉ ଗୋଟେ ଛୁଟି କୁ

ଦେଢ଼ ବର୍ଷ

ଅନେକ ପରିବର୍ତ୍ତନ ଆସିଛି ଏ ଦେଢ଼ ବର୍ଷରେ । ଅନେକ ନୂଆ ଜିନିଷ ଘଟିଛି ଏ ୧୮ମାସରେ । ଯାହା ଭାବିଛି ତାହା ଠାରୁ ବହୁତ ଅଧିକ ହୋଇଛି ଏ ସମୟ ଭିତରେ । କିନ୍ତୁ ଅନେକ ପ୍ରଶ୍ନ ରହିଛି ମନରେ । କଣ ଅକ୍ଷର ଚିହ୍ନିଲେ ଜଣେ ଉପସ୍ଥାପକ ? କଣ ଭଲ ଲେଖଲେ ଜଣେ ଭଲ ପ୍ରଯୋଜକ ? କଣ ଭଲ ଏଡିଟ କଲେ ଜଣେ ଭଲ ଏଡିଟର ? ଏମିତି ଆହୁରି ଅନେକ ପ୍ରଶ୍ନ ଅଛି । ହୋଉ ଛାଡ଼ନ୍ତୁ ଏବେ ଆସିବା ଆଉ କିଛି କଥାକୁ କଣ ଜଣେ ଭଲ ମଣିଷ ହେବା ପାଇଁ ଅନ୍ୟ ଆଗରେ ମିଛ ଅଭିନୟ କରିବା ଦରକାର କି । କାରଣ ମୁଁ ଦେଖୁଛି ଅନେକ ଲୋକ ଅଛନ୍ତି ଯେଉଁମାନେ ମୋର ସମ୍ପର୍କକୁ ନେଇତ ପ୍ରଶ୍ନ କରିଦେଲେ କିନ୍ତୁ ତା ଭିତରେ ଥିବା ମୋର ସ୍ନେହ,ଆଦର ଆଉ ଭଲ ପାଇବାକୁ ଚିହ୍ନିଲେ ନାହିଁ । ବେଳେବେଳେ ଇଚ୍ଛା ହୁଏ ଏମାନଙ୍କୁ କିଏ ଏ ସବୁ ଅଧିକାର ଦେଉଛି ୟା ବିଷୟରେ ତା ବିଷୟରେ କଥା ହେବାକୁ । ଆମେ ନିଜ ଛୋଟ ଜୀବନରେ ଅନେକ ଖୁସି ଅଛୁ କିନ୍ତୁ ଏ ଛୋଟ ଛୋଟ କଥା ଆମମାନଙ୍କ ଜୀବନରେ ଅନେକ ପ୍ରଭାବ ପକାଏ । ଆହୁରି ବି ମୋ ପାଖରେ ଏତେ ଧନ ଅଛି ଆମେ ଏ ସବୁ ବାମ ହାତରେ କରିପାରିବୁ । ହଁଆଜ୍ଞା ଆମେ ଜାଣିଛୁ କିନ୍ତୁ ଗର୍ଵ କାହିଁକି ସେଟା ତମ ଅର୍ଜିତ ନୁହେଁ । ତୁମେ ଆଉ କାହାର ଅର୍ଜିତକୁ ନେଇ ଗର୍ଵ କରୁଛ କିନ୍ତୁ ଆମେ ସ୍ୱଅର୍ଜିତକୁ ନେଇ ଆଗକୁ ଯାଉଛୁ । ଜୀବନରେ ମୁଁ ସମ୍ପର୍କକୁ ନେଇ ଭାରି ଶକ୍ତ । ମୁଁ ସମ୍ପର୍କ ଭାଙ୍ଗିବାରେ ବିଶ୍ୱାସ କରେନାହିଁ । କେମିତି ଆମେ ହସ ଦୁଃଖ ଭିତରେ ସମ୍ପର୍କ...

ଦାଦା

ଆଜି ଝିଅଙ୍କ ପାଇଁ ଦିନଟିଏ । ମୋ ପାଇଁ ମୋ ଦୁଇ ଝିଅ ସବୁବେଳେ ଖାସ । ତାଙ୍କ ଦାଦା ଡାକ ଆଜିବି ମୋ କାର୍ଯ୍ୟ ବ୍ୟସ୍ତତାର ଔଷଧ । ସବୁଦିନ ସେମାନଙ୍କ ଜୀବନର ପ୍ରତିଟି ଦିନ ମୋତେ ଲାଗେ ମୁଁ ସେମାନଙ୍କ ଠାରୁ ପଛରେ ଅଛି । ରାତିର ନିଦ ନସିବା ଆଉ ଭୋକ ଥାଇ ବି ଖାଇ ନପାରିବା ବି ମୁଁ ଦେଖିଛି କିନ୍ତୁ ସେମାନଙ୍କ ଫଟୋକୁ ଦେଖିବାପରେ ତାଙ୍କଠୁ ଦୁରେଇ ରହିବାର କଷ୍ଟ ବି ଭୁଲି ହୋଇଯାଏ । ଆଜିବି ସେମାନଙ୍କ ଅଳି ଲାଗେ ମୁଁ ମୋ ଛୋଟ ବେଳକୁ ଫେରିଯିବି । ସମୟ ଆଜି ପରିବର୍ତ୍ତନ ହୋଇଛି । ସେ ଦୁଇ ଜଣ ଆଜି ମୋ ଠୁ ବହୁତ ଦୂରରେ ଅଛନ୍ତି । ଆଜି ଆଉ ସକାଳୁ ଉଠି ତାଙ୍କ ସହ ଦେଖା ହଉନି କି କଥା ବି ହଉନି, ବାସ ସପ୍ତାହ ରେ କେବେ କେମିତି ଫୋନ ରେ କଥା ଆଉ ଖାଲି ପ୍ରଶ୍ନ ଆଉ ପ୍ରଶ୍ନ କିନ୍ତୁ ମୋ ପାଖରେ ଉତ୍ତର ନାହିଁ #happydaughtersday😘😘😇♥️  #Missyoupradhanfamily  #missukhushireshma

ଫୋନ କଲ

ସବୁଦିନ ଆସେନି ସେହି କଲ ଆଉ ଯେବେ ଆସେ, ଅନେକ କିଛି କୁହେ ସେ କଲ ତାକୁ ଏତେ ଧୌର୍ଯ୍ୟର ସହ ଶୁଣେ ଯେମିତି ଗପ ହଁ ସେ ଗପ ହେଲେ ବି ସତ  ଯିଏ ବୁଝିପାରିବ ତା ପାଇଁ ସତ ଆଉ ଅବୁଝା ମାନେତ ବୁଝିପାରିବେନି ମନରେ କୋହ ଆଉ ଦୁଃଖ ଶୁଣିପାରେ ସେ କଲ ସେ ବି ଦୁଃଖ ଭୁଲି ଟିକିଏ ହସିଦିଏ ପଦେ କଥାରେ ବେଳେବେଳେ ରାଗି ଯାଏ ତା ରାଗ ଆଗରେ ସବୁବେଳେ ହାର ମାନେ ମୁଁ ଭଗବାନ ବି ମୋତେ ତା ଭଳି କରିଥାନ୍ତେ ଭଲା ମୁଁ ବି ଜାଣିପାରନ୍ତି କେତେ କଷ୍ଟ ସହିଛି ହେଲେ ବି ସେ ହସୁଛି ଅନ୍ୟ ପାଇଁ

ମୁଁ ଜାଣେ ମୁଁ କିଏ

ସବୁବେଳେ ଯୁକ୍ତାତ୍ମକ କଥା ଭାବୁଥିବା ମଣିଷ ସବୁବେଳେ ମନଖୋଲି ସବୁ କହୁଥିବା ମଣିଷ ମନରେ କିଛି ରଖୁନଥିବା ମଣିଷ ସବୁବେଳେ ନୂଆ ଚିନ୍ତା କରୁଥିବା ମଣିଷ ଯାହା ମୁଁ ତାହା ମୁଁ, ନା କାହାର ଖରାପ ଭାବେ ନା କାହାର ଖରାପ ଚିନ୍ତା କରେ ସବୁବେଳେ ଯାହା କରିହେବ ନାହିଁ ତା କରିପାରିବାର ଚିନ୍ତା ଅନ୍ୟକୁ ସଠିକ ରାସ୍ତା ଦେଖେଇବାର ଚିନ୍ତା ଘାତ ପ୍ରତିଘାତ ଆସିବ ଯିବ, କିନ୍ତୁ ମୁଁ ସେମିତି ରହିଥିବି ଦୃଢ଼, ଆଉ ସଂକଳ୍ପବଦ୍ଧ

ପଛରୁ ଛୁରୀ

କଣ ଲାଭ ପାଆନ୍ତି କେଜାଣି ପଛରୁ ଛୁରୀ ମାରି ସାମ୍ନାରୁ କହିବାର ଯଦି ସାହାସ ନାହିଁ ତମେ କି ମଣିଷ ତମେ କଣ ସେଟା ଜାଣିଛୁ, ଆଉ ଅଧିକ ଜାଣିବା ଦରକାର ନାହିଁ ଆଜି ପଛରୁ ଗୋଡ଼ ଟାଣିବାକୁ ଚେଷ୍ଟା କରିଛ ଦିନ ଆସିବ ସେ ଲୋକ ହି ତମ ଗୋଡ଼ ଟାଣିଦେଵ ଏତେ ଗର୍ଵ କଣ ପାଇଁ ଯେ, କଣ ବଡ଼ ପଦରେ ଅଛ ବଡ଼ ପଦରେ ଥିଲେ କଣ ହବ ମନ ତ ଛୋଟ ହେ ଏଗୁଡା ପା ପାଦ ଚଟା ଚାକର  ହାଡ଼ ଖଣ୍ଡେ ମିଳିବ ବୋଲି ଲାଞ୍ଜ ଜାକି ବସିଛ ମନେ ରଖ ସମୟ ସମସ୍ତଙ୍କ ର ଆସେ  ଆଜି ତମର ଆସିଛି କାଲି ମୋର ଆସିବ

ଥକି ପଡିଲିଣି

ଆଉ କାହାସହ ଲଢ଼େଇ କରିବାକୁ ନାହିଁ ବଳ ଆଉ କାହାକୁ ସାହସ ଦେବାକୁ ବି ନାହିଁ ବଳ ଏକୁଟିଆ ଏତେ ବାଟ ଚାଲି ଆସିବି ବୋଲି ଜାଣିନଥିଲି ଆଜି ପଛକୁ ଫେରି ଦେଖିଲା ବେଳକୁ ଦୁଃଖ ଲାଗୁଛି ପୁଣି କେବେ ସେ ସମୟ ଭଲା ଫେରି ଆସନ୍ତା ପୁଣି ସେମିତି ହସିଖେଳି ସମସ୍ତଙ୍କୁ ନିଜର କରିପାରନ୍ତି

ମୋର ଭୁଲ କଣ ?

ମୋର ଭୁଲ ହେଲା ଅଧିକ ଭାବିବା ମୋର ଭୁଲ ହେଲା ଅଧିକ ସ୍ନେହ ଦେବା ମୋର ଭୁଲ ହେଲା ଅଭିମାନ କରିବା ମୋର ଭୁଲ ହେଲା ସମସ୍ତଙ୍କୁ କହିବା ଏତ କିଛି ସାମାନ୍ୟ ଭୁଲ ଆହୁରି ବଡ଼ ଭୁଲ କରିଛି କ୍ଷମା ମିଳବ କି ନାହିଁ ଜାଣିନି ଆଉ କେହି କ୍ଷମା ଦେବେକି ନାହିଁ ବି ଜାଣିନି ଭାରି ଅବିବେକି ଦୁନିଆଟା  ଗୋଟେ ଭୁଲ ପାଇଁ ହଜାରେ ଭଲକୁ ଭୁଲି ଗଲା କାହା ଆଗରେ କହିପାରୁନି ବୋଲି ଭାବନି ମୋର ଭୁଲ ଯେ, ମୁଁ କାହାକୁ ବିଶ୍ୱାସ କରିପାରୁନି

ସମୟ ଆଉ ସମ୍ପର୍କ

ସମୟ ଆଉ ସମ୍ପର୍କ ମୋତେ ଲାଗେ ଦୁନିଆ ଏହିଦୁଇ ଜିନିଷ ନେଇ ବଞ୍ଚିଛି ସମୟ ଠିକ ଥିଲେ ସମ୍ପର୍କରେ ଫାଟ ଆସେନି ଆଉ ସମୟ ଖରାପ ଥିଲେ ବୁଲିବାଲି ସବୁ ପଛରେ ପଡ଼ିଥାନ୍ତି କେବେ ଏ ସମୟ ଉପରେ ରାଗ ଆସେ ଆଉ ଡର ବି ଲାଗେ ଆଉ କେବେ ସମ୍ପର୍କକୁ ନେଇ ଡର ଲାଗେ ଆଉ ଭୟ ବି କେତେବେଳେ କିଏ କାହାକୁ କଣ କରିବେ ଜାଣିବା କଷ୍ଟ ହୋଉ ଠିକ ଅଛି ସମୟ କହିବ କିଏ କାହାର ମୁଁ ଭୁଲ ଥଲେ ସମୟ ମୋତେ ଦଣ୍ଡ ଦବ ଆଉ ଠିକ ଥିଲେ ମୋତେ ମୁକ୍ତି ମିଳିବ #mondaymotivation  #Goodmorning 

ରାଗ

ରାଗ ଗୋଟେ ନାରୀର ଗହଣା ରାଗ ଗୋଟେ ଝିଅର ସବୁଠୁ ଭଲ ପରିଚୟ ସେ ଯେତେବେଳେ ରାଗେ ଲାଗେ ଆଜି ପାହାଡ଼ ଖସିଛି ସେ ଚୁପ ରହିଲେ, ଲାଗେ ସାରା ଦୁନିଆ ଶାନ୍ତ ପଡିଛି ବେଳେବେଳେ ଏତେ ରାଗେ ଯେ କଥା କହିବା ମୁସ୍କିଲ ଆଉ ବେଳେବେଳେ ସେ ରାଗରେ ଏତେ କୁହେ ଲାଗେ ଆଜି ଯେମିତି ସେ ସବୁ ମନର କୋହ ମତେ କହୁଛି ମୁଁ ଜାଣିଛି ସେ କେତେରାଗି, ମୁଁ ଜାଣିଛି ସେ କେତେ ରାଗି ଯେ ତା ରାଗ ଦେଖିନାହାନ୍ତି ସେ ଥରେ ଦେଖିଆସ ସେ ରାଗରେ ସିନା ଏତେ କଥା କୁହେ କିନ୍ତୁ ପରେ ଭୁଲିଯାଏ ସେ ଭୁଲିବା ଗୁଣ ଯୋଗୁ ମୁଁ କହେ ଭଗବାନ ମୋତେ ଟିକେ ସେ ରୋଗ ଦେଇ ଥାନ୍ତେ ଭଲା, ସାରା ଦୁନିଆଟା ଭୁଲିଯାନ୍ତି ହେଲେ ସେ ରାଗିବା ବି ସ୍ୱାଭାବିକ ଏତେ ଦୁଃଖ ଜୀବନରେ ଅଛି ଯେ, କହିବ କାହାକୁ ସେ ଦୁଃଖ ଆଗରେ ଏ ରାଗ କିଛି ନୁହେଁ ଦୁନିଆ ତ ତାକୁ ଭୁଲ ବୁଝିଲା ସେ କହିବ କାହାକୁ ହେଲେ ବି ସେ ଦୃଢ଼ ହୋଇଛି ଆଉ କିଛି କରିବ ବୋଲି ଭାବିଛି ଆଗକୁ ଯିବ, ନିଜପାଇଁ ଭଲ ପରିବେଶ ଗଢ଼ିବ

କଲର ଅପେକ୍ଷା

ସେଇ କଲର ଅପେକ୍ଷା ସବୁଦିନ ଥାଏ କେବେ ଆସେ, କେବେ ଆସେନି ଯେବେ ଆସେ ଦେହରେ ଜୀବନ ଆସିଯାଏ ଯେବେ ଆସେନି ଲାଗେ କିଛି ହେଇଯାଇଛି ସେ କଲ ସବୁବେଳେ ଡରାଏ ଦେଲା ଭଳି ଏତେ ଡର ଯେ ନିଜ କଥା ନିଜେ ଶୁଣିବା ବି କଷ୍ଟ କାସ ନିର୍ଭୟରେ କଥା ହେଇପାରନ୍ତି ନିଜ ସବୁ ଦୁଃଖ ସୁଖ କହିପାରନ୍ତି ନିଜ ମନକୁ ଟିକେ ହାଲକା କରିଦିଅନ୍ତି ହେଲେ ସବୁ ମିଛ, ସ୍ବପ୍ନ ହୋଇ ସବୁବେଳେ ଆସୁଛି ସେ ଯେତେ ଦୁରେଇ ଗଲେ ବି ପାଖରେ  ଅଛି ମୋତେ ଅନେଇ ରହିଛି ଆଉ ଆଶୀର୍ବାଦ କରୁଛି ମୋତେ ସବୁବେଳେ ବଳ ଯୋଗାଉଛି  ନିଜ ଇଚ୍ଛା ବିରୁଦ୍ଧରେ ମୋତେ କେତେବେଳେ  କେତେ କଥା କହୁଛି ଆଉ କେତେବେଳେ ସ୍ନେହବି କରୁଛି ତା ସ୍ନେହ ଆଉ ଭଲ ପାଇବା କେହି କହିଦେଲେ ସରିଯିବନି ସେ ସମ୍ମାନ ମୋ ହୃଦୟରୁ ଥିଲା, ଅଛି ଆଉ ଥିବ ଜୀଵନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ 

ହଁ ମୁଁ ଆଗକୁ ଯିବି

ହଁ ମୁଁ ଆଗକୁ ଯିବି କିଏ ରୋକିବ ରୋକ ବାଧା ଦେବାକୁ ହଜାରେ ଥାନ୍ତି ସାଥିରେ ଛିଡା ହେବାକୁ ସମସ୍ତେ ଡରନ୍ତି କିନ୍ତୁ ଥରେ ସାଥିରେ ଛିଡା ହୋଇ ଦେଖ ବାଧା ଦେବାଠୁ ଅଧିକ ଖୁସି ମିଳେ ହଁ ତମେମାନେ ବାଧା ଦେଇ ଖୁସି ହୁଅ ମୋର କର୍ତ୍ତବ୍ୟ ମୁଁ କରିବି, ଆଗକୁ ଯିବି ସାଥ ଦେବା ଲୋକଙ୍କୁ ହୃଦୟରୁ ଧନ୍ୟବାଦ ସହିପାରୁନଥିବା ଲୋକଙ୍କୁ ଦୂରରୁ ନମସ୍କାର

ପ୍ରଶ୍ନ କରିବାକୁ ତମେ କିଏ ?

ପ୍ରଶ୍ନ କରିବାକୁ ତମେ କିଏ କିଏ ଦେଲା ତୁମକୁ ସେ ଅଧିକାର ଆଜି ତମେ ସମ୍ପର୍କକୁ ନେଇ ପ୍ରଶ୍ନ କରିଛ କାଲି ବ୍ୟକ୍ତିଗତ କଥାକୁ ନେଇ ପ୍ରଶ୍ନ କରିବ ହେଲେ କାହିଁକି, ଯଦି ଲାଗୁଛି ତମକୁ ଭୁଲ ତାହେଲେ ସମସ୍ତଙ୍କୁ କହିବାରେ କଣ ଲାଜ ଆମେବି ଜାଣୁ ତମେ କେତେ କାଢୁଆ ଆଙ୍ଗୁଳି ଉଠାଇବା ପୂର୍ବରୁ ଭାବିବା ଦରକାର ଗୋଟେ ଆଙ୍ଗୁଳି ଅନ୍ୟକୁ, ଚାରି ଆଙ୍ଗୁଳି ନିଜକୁ ଯେବେ ନିଜକୁ ପ୍ରଶ୍ନ କରିବ ଆଉ ଉତ୍ତର ରଖିବ ସେବେ ଅନ୍ୟକୁ ପ୍ରଶ୍ନ କରିବ ଆଉ ଉତ୍ତର ମାଗିବ ତମର ପ୍ରଶ୍ନ କାହାର ଜୀବନକୁ ନଷ୍ଟ କରେ ଜାଣିଛ ତମର ଭାବିବା ଦରକାର ଯାହା କହିଛ କେତେବଡ଼ ଭୁଲ ସେ ଅପରାଧ ପାଇଁ ଆଜି ନହେଲେ କାଲି ଭଗବାନ ଦେଖେବେ ଆଉ ମୁଁ କାହା ଆଗରେ ନିଜର ସଚ୍ଚୋଟତାର ପ୍ରମାଣ ଦେବା ବାଧ୍ୟନୁହେଁ

ଘୃଣା...

ରାଗ, ଘୃଣା କେମିତି କରିବି ଆଉ କେତେ କରିବି ଏ ମଣିଷର କେଉଭଳି ପ୍ରକୃତି, ଦୁଃଖ ତ ଦେଲା ଆଜି ପୁଣି କାହିଁକି ପଛକୁ ଫେରୁଛି ଆଉ ପଚାରୁଛି କେତେ କଷ୍ଟରେ ମୁଁ ଅଛି ଦେଖି ବୋଧେ ଖୁସି ଅଛି ଧିକ ତା ମଣିଷ ପଣିଆ, ଧିକ ତା ଭଲପାଇବା ଗୋଟେ ମୁହୂର୍ତ୍ତରେ ସବୁ ଉଜାଡ଼ି ଆଜି ପଚାରିଛି କେମିତି ଅଛ, ଭଲ ଅଛ । କାହିଁକି ଏ ଅଭିନୟ ଆଜି ଲୋକ ମୋତେ ପଚାରୁଛନ୍ତି କଣ ପାଇଁ ବୁଝିବା ଲୋକ ତ ବୁଝିପାରିଲାନୀ ଆଉ ତମେ ହୋଉ ଏ ଦୁନିଆ ତ ଏମିତି ଆଉ ଭଲା ତମେ #mondaymotivation #ଶୁଭସକାଳ

ଫରକ୍ ପଡେନି...

ରାଗିବି କାହାଉପରେ ଯାହାକୁ ଦିନ କଥାଦେଇଥିଲି ରାଗିବି କାହାଉପରେ ଯାହାକୁ ଆଦର୍ଶ ଭାବିଥିଲି ରାଗିବି କାହାଉପରେ ଯାହାଠୁ କେବେ କିଛି ଆଶା ରଖିନଥିଲି ଆଉ ରାଗିବି ବି କଣ ପାଇଁ ସେ ଯାହା କହିଲେ କେବେ ଭାବିନଥିଲି ବୋଧେ ଏ ଦୁନିଆଟା ସେମିତି, ଦୁଃଖ ଦେଲାବେଳେ ଦେଖେନି ସୁଖ ଦେଲାବେଳବି ଦେଖେନି, କଣ ତାର ଅଛି ନା ନାହିଁ କିନ୍ତୁ ଏ ସ୍ୱାର୍ଥବାଦୀ ମଣିଷ ନିଜକୁ ସୁରକ୍ଷିତ ରାକିବାକୁ କଣ କରୁଛି କେବେ ହସି ପଦେ କହୁଛି ଆଉ କେବେ ରାଗି ଗାଳି ଦେଉଛି ମୁଁ ପଚାରୁଛି ସେ ଯାହା କହିଲେ କେବେ ବୁଝିଥିଲେ କଣ କହୁଛନ୍ତି ଯୋଉ କଥା କେବେ ମୁଁ ସ୍ୱପ୍ନରେ ଭାବିନି ନିଦରୁ ଉଠି ଶୁଣୁଛି ବୋଧେ କିଛି କମି ରହିଗଲା, ନା କାହା ନଜର ଲାଗିଗଲା ଆଉ ରହିଲା ପରିବାର ଭବିଷ୍ୟତ କଥା  ମୁଁ ଆଉ ମୋ ପରିବାର କେବେ ବଦନାମ ହେବୁନାହିଁ ଆଜି ମୋ ପରିବାର ମୋତେ ନେଇ ଗର୍ବ କରେ ମୋ କାମ କୁ ନେଇ ମୁଁ ଖୁସି ସେମାନେ ଖୁସି ଏତକି କହିବି ତମର ସ୍ନେହ ବଳ ଯୋଗାଉଥିଲା ଆଜି ମନରେ ଏତେ ଘୃଣା ଅଛି କହିହେବନାହିଁ ଏତକି କହୁଛି ଦୁନିଆ କଣ କହିଲା ଫରକ୍ ପଡେନି, ତମେମାନେ କଣ ଭାବ ସେଟା ଫରକ୍ ପଡେ । ଆଉ ଏତେ ଘୃଣା ଆସିଛି ଯେ ସେ ସମ୍ପର୍କ ଯୋଡିବା ତ ଦୂର କଥା ତା ବିଷୟରେ ଭାବିବାକୁ ଚାହୁଁନି । #Sundaymotivation @ରବିବାରରଆତ୍ମସମୀକ୍ଷା

ମୁଁ ନାରୀ କହୁଛି

ମୁଁ ନାରୀ କହୁଛି ହଁ ମୁ ନାରୀ କହୁଛି ମୋର ନିଜର ଖୁସି ନାହିଁ ସ୍ୱାମୀର ବିନା ଅନୁମତିରେ କଥା ହୋଇପାରିବିନି ନିଜ ପସନ୍ଦର ଯଦି କିଛି କରିବି ଉଠିବ ପ୍ରଶ୍ନ କାହିଁକି ଆଉ କଣ ପାଇଁ  ଆଜି ମୋ ଗୋଟେ ଫୋଟ ଉଠେଇଛି ଆଜି ମୁଁ ରାସ୍ତାରେ ଛିଡା ହୋଇଛି କଣ ଏଥିରେ ଭୁଲ ଅଛି, ମୁଁ କାହିଁକି  ଆଜି ନାରୀର ଚରିତ୍ର ନେଇ ପ୍ରଶ୍ନ କରିଛ କାଲି ନିଜର କାହାର ଚରିତ୍ର ନେଇ ପ୍ରଶ୍ନ କରିବ କିଏ ଦେଲା ତମକୁ ସେ ଅଧିକାର ? କଣ ପୁରୁଷ ବୋଲି ହକ ଜାହିର କରୁଛ ? ଆଉ ରହିଲା ଯୋଉ ଗାଁର ଅଭଦ୍ରଙ୍କ କଥା ତମ ନାଁରେ ଅଭଦ୍ର ଲଗେଇଲା ପରେ ବି ଛି ଛି ନା ନିଜେ ଖୁସିରେ ରହିବ ନା କାହାର ଖୁସି ଦେଖିବ ଯୋଉ ଗାଁ ମାଇପେ ୟା ଘର ବୋହୁ ତା ଘର ଝିଅ କହୁଛ କେବେ ନିଜ ଘରକୁ ଥରେ ଅନେଇଛ  କେବେ ନିଜ ଇତିହାସ ଥରେ ଦେଖିଛ ଆଉ ନିଜ ଲୋକଙ୍କ କଥା, ଗୋଟେ ଢଗ ଅଛି ଆଲୋ ସଖି ଆପଣା ମହତ ଆପେ ରଖି Pic - google #ଶନିବାର ଚିନ୍ତନ #Goodmorning

ଗାଁ ଆଉ ନୂଆବୋହୂ

ଵାହାଘର ଆଉ ଗାଁ ଏ ଦୁଇ ଜିନିଷ ଗାଁର ଆଉ ଗୋଟେ ପରିଚୟ । ଆମ ଓଡ଼ିଆ ଘରେ ଆଜିବି ଯେତେବେଳେ ନୂଆକରି ବୋହୁ ଟିଏ ଆସେ ହାତେ ଓଢଣା ଦେଇ ଘରକୁ ଆସେ । ସମସ୍ତେ ତା ପାଇଁ ଅଜଣା କାହାକୁ ଡାକିବ କାହା ସହିତ କଥା ହେବ ସେ ଜାଣି ନଥାଏ । ଆଜିବି ମୋ ଗାଁରେ ଏ ପରମ୍ପରା ଦେଖିବାକୁ ମିଳେ କିନ୍ତୁ ଟିକେ ଅଲଗା ପ୍ରକାର, ଯେମିତି ନୂଆ ବୋହୁ ଘରକୁ ଆସିବା ପୂର୍ବରୁ ନିଜ ହେବାକୁ ଯାଉଥିବା ସ୍ୱାମୀ ସହ ତା ପରିବାର ସହ କଥା ହୋଇ ସବୁ ଜାଣିପାରୁଛି । ଆଉ କାହାସହ କେମିତି କଥା ହେଲେ ନିଜକୁ ପ୍ରସ୍ତୁତ କରିହେବ ତାବି ଭଲ ଭାବେ ଜାଣିପାରିଛି । ଏଟା ଭୁଲ ନୁହେଁ ଆମେ ଆଧୁନିକ ହେବା ସହ ଆଗକୁବଢିଛୁ କିନ୍ତୁ କିଛି କଥା ଅଛି ଯାହା ଆମ ପରିବାର, ପାରମ୍ପରିକ ଚାଲିଚଳଣୀରେ ପରିବର୍ତ୍ତନ କରିଦେଇଛୁ ଯାହା ମୁଁ ବ୍ୟକ୍ତିଗତ ଭାବେ କିଛିକାଂଶରେ ପସନ୍ଦ କରେନାହିଁ । ଏହାକହିବା ଯେ ସମ୍ପୂର୍ଣ୍ଣ ଭୁଲ ତା ନୁହେଁ କିନ୍ତୁ ଆମେ କିଛି ପ୍ରଥା ପରମ୍ପରା ଭୁଲିବା ସହ ଟିକେ ଅଧିକ ଆଧୁନିକ ହେବାର ଅଭିନୟ କରୁଛୁ । ତା ପରେ ମୁଣ୍ଡରେ ହାତେ ଚାଖଣ୍ଡର ଲୁଗା ଦେବା ଯାହା ଗୋଟେ ନୂଆବୋହୂର ପରିଚୟ, ଖାଲିଯେ ନୂଆବୋହୂ ନୁହେଁ ପ୍ରତିଟି ଓଡ଼ିଆଣିର ପରିଚୟ କହିଲେ ଅତୁକ୍ତି ହେବ । ଆମେ ଆଧୁନିକ ହୋଇଛେ କିନ୍ତୁ ଆମ ପରିପାଟି ଆଉ ପୋଷାକ ଏପରି ହେବା ଉଚିତ ଯେ ଆମେ ଆମ ଭବିଷ୍ୟତ ପିଡ଼ିକୁ କହିପାରିବ ଯେ ଆମେ ଉତ୍କଳୀୟ ପରମ୍ପରା ଆଉ ଇତିହାସର ପ୍ରତୀକ । ସେମାନେ ଯେମିତି କେବେ ଭୁଲିବେ...

ଗାଁ ଆଉ ଖାଇବା

ମୋତେ ସହରରେ ରହିବାକୁ ଭଲ ଲାଗେନି । କାରଣ ଜନ୍ମ ହେବା ପରଠାରୁ ଗୋଟେ ଛୋଟ ସହର କଣ୍ଟାମାଳରେ କଟିଛି ପିଲାବେଳଠୁ ନେଇ ଯୌବନବସ୍ଥା । ସେଥିପାଇଁ +୩ ପରୀକ୍ଷା ସରିବା ମାତ୍ରେ ଏକମୁହାଁ ହେଲି ପୈତୃକ ଗାଁ ଆଇଁସିଆକୁ । ଗାଁ ର ନା ଯେମିତି ଏଠି ରହୁଥିବା ଲୋକ ବି ଠିକ ସେମିତି । ଭାରି ଆଇଁସ ଟକରା । ଗାଁରେ ରହି ଗାଁକୁ ଅନୁଭବ କରିବାକୁ ଲାଗିଲି ଏହାରି ଭିତରେ କେତେବେଲେଯେ ୬ମାସ ବିତିଗଲା ଜାଣିପାରିଲିନି ପରେ ଯେତେବେଳେ ସାମ୍ବାଦିକତା ପଢ଼ିଲି ଅନେକ ଥର ଗାଁକୁ ଆସିଲି କାରଣ ଢେଙ୍କାନାଳରୁ ଗାଁର ଦୂରତା ୮୦କିମି ଆଉ ଯେହେତୁ ଶନିବାର ଆଉ ରବିବାର କ୍ୟାମ୍ପସ ଛୁଟି ରହେ ମୁଁ ତିନିଦିନିଆ ଛୁଟି ଦେଖି କାକାଙ୍କ ସହ ଗାଁ କୁ ଆସେ ଗାକୁଆସିବା ଭିତରେ ଗାଁ ଖାଇବା ପ୍ରତି ଟିକେ ଅଧିକ ଭଲ ପାଇବା ଆସିସାରିଥିଲା । ଗାଁ ଖାଇବା ମାନେ ଏ ଯେମିତି ନାଲିଆ ନାଲିଆ ଭାତ, ମୁଗ ଡାଲି ଆଉ ଭାଉଜଙ୍କ ହାତ ତିଆରି ଆଳୁଚକଟାକୁ ମିକ୍ସଚର ଓ କି ଶାନ୍ତି । କାରଣ ଯେତେବେଳେ ଘରେ ଥିଲି ମୁଁ ଟିକେଖାଇବାରେ ଚୁଜି ମସଲା ଜାତୀୟ ନହେଲେ ମୋ ସେଦିନ ଉପାସ ଆଉ ବୋଉ ଜାଣିଛି ମୋତେ କଣ ଭଲ ଲାଗେ ୟାରୀ ଭିତରେ ନିତୁ ଭାଉଜ ବି ବୋଉର ସେ କଳା କୁ ଶିଖିଯାଇଥିଲେ । ପରେ ଚାକିରୀ ପାଇଁ ଦିଲ୍ଲୀ ଆସିବାକୁ ପଡିଲା ଆଉ ସେ ଗାଁ ସୁଖରେ ଯେମିତି ପାଣିଫୋଟକା ପଡିଗଲା ଏଠି ଆଉ ଗାଁ ତିଆରି ଖାଇବା ନା ବୋଉ ଆଉ ଭାଉଜ ହାତ ତିଆରି ଖାଇବା କିଛି ମିଳିଲାନି । ସବୁ ଦିନ ଭାତ ସାଙ୍ଗରେ ଆଉ...