କେବେ ସରିବ ଶିଶୁଙ୍କ ସଂଘର୍ଷ ?
() ଆଜିର ଶିଶୁ, ଆସନ୍ତାକାଲିର ଭବିଷ୍ୟତ. ଆଜିର ଏହି ଆଧୁନିକ ଯୁଗରେ ସେମାନଙ୍କୁ ସୁଯୋଗ ଦେବା ଏବଂ ସଚେତନ କରିବା ଆମର ମୌଳିକ କର୍ତ୍ତବ୍ୟ . ନଭେମ୍ୱର ୧୪ ଶିଶୁ ଦିବସ , ସବୁଠି ଶିଶୁଙ୍କୁ ନେଇ ସ୍ୱପ୍ନ ଦେଖୁଛନ୍ତି ବାପା ମା'. ବିଭିନ୍ନ ସ୍ଥାନରେ ଶିଶୁ ଦିବସକୁ ନେଇ ଅନେକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଛି . ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲଙ୍କ ଜନ୍ମ ଦିବସରେ ଦେଶ ପ୍ରତିବର୍ଷ ଶିଶୁ ଦିବସ ପାଳନ କରୁଛି . କିନ୍ତୁ ଆଜି ମଧ୍ୟ ଅନେକ ସ୍ଥାନ ଅଛି ଯେଉଁଠି ଶିଶୁ ଟିଏ ନିଜର ହକ୍ ପାଇଁ ଲଢେଇ କରୁଛି..ଦିନକୁ ଦି ମୁଠା ଖାଇବାକୁ ଅହରହ ସଂଘର୍ଷ କରୁଛି . ଖାଦ୍ୟାଭାବରୁ ଅପପୁଷ୍ଟି ଜନିତ ରୋଗର ଶିକାର ହୋଇ ପ୍ରାଣହରାଉଛି . ଫୁଙ୍ଗୁଳା ଶରୀରରେ ରାସ୍ତାରେ ବୁଲୁଛି. ଧୂଳି, ଧୁସର ଖାଇ ଜିଉଁଛି . ପୁଣି ବେଳେବେଳେ ପାପିଷ୍ଟ ଦଲାଲର ଶିକାର ହୋଇ ନିର୍ଯାତିତ ମଧ୍ୟ ହେଉଛି . ଆମ ରାଜ୍ୟ ଓଡ଼ିଶା କଥା ଦେଖିଲେ, ରାଜ୍ୟରେ ପ୍ରତିଦିନ ଶିଶୁ ଚାଲାଣ ସହ ବିଭିନ୍ନ ସ୍ଥାନରେ ନିର୍ଯାତନାର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି . କେଉଁଠି ଦୋକାନରେ ଶିଶୁ ବାସନ ମାଜିବାର ଚିତ୍ର ଆସୁଛି ତ କେଉଁଠି ହୋଟେଲରେ କାମ କରିବାର ଚିତ୍ର . ଶିଶୁ ଚାଲାଣ କ୍ଷେତ୍ରରେ ମଧ୍ୟ ରାଜ୍ୟର ସ୍ଥିତି ସଙ୍ଗୀନ . ଏକ NGO ରିପୋର୍ଟ ଅନୁସାରେ, ରାଜ୍ୟର ୩ ଟି ଜିଲ୍ଲାରୁ ପାଖାପାଖି ୩ଶହ ଶିଶୁ ପ୍ରତିବର୍ଷ ଚାଲାଣ ଦେଉଛନ୍ତି . ସବୁଠାରୁ ଆ...