କେବେ ସରିବ ଶିଶୁଙ୍କ ସଂଘର୍ଷ ?

() ଆଜିର ଶିଶୁ, ଆସନ୍ତାକାଲିର ଭବିଷ୍ୟତ. ଆଜିର ଏହି ଆଧୁନିକ ଯୁଗରେ ସେମାନଙ୍କୁ ସୁଯୋଗ ଦେବା ଏବଂ ସଚେତନ କରିବା ଆମର ମୌଳିକ କର୍ତ୍ତବ୍ୟ . ନଭେମ୍ୱର ୧୪ ଶିଶୁ ଦିବସ , ସବୁଠି ଶିଶୁଙ୍କୁ ନେଇ ସ୍ୱପ୍ନ ଦେଖୁଛନ୍ତି ବାପା ମା'. ବିଭିନ୍ନ ସ୍ଥାନରେ ଶିଶୁ ଦିବସକୁ ନେଇ ଅନେକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ ହୋଇଛି . ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲଙ୍କ ଜନ୍ମ ଦିବସରେ ଦେଶ ପ୍ରତିବର୍ଷ ଶିଶୁ ଦିବସ ପାଳନ କରୁଛି . କିନ୍ତୁ ଆଜି ମଧ୍ୟ ଅନେକ ସ୍ଥାନ ଅଛି ଯେଉଁଠି ଶିଶୁ ଟିଏ ନିଜର ହକ୍ ପାଇଁ ଲଢେଇ କରୁଛି..ଦିନକୁ ଦି ମୁଠା ଖାଇବାକୁ ଅହରହ ସଂଘର୍ଷ କରୁଛି . ଖାଦ୍ୟାଭାବରୁ ଅପପୁଷ୍ଟି ଜନିତ ରୋଗର ଶିକାର ହୋଇ ପ୍ରାଣହରାଉଛି . ଫୁଙ୍ଗୁଳା ଶରୀରରେ ରାସ୍ତାରେ ବୁଲୁଛି. ଧୂଳି, ଧୁସର ଖାଇ ଜିଉଁଛି . ପୁଣି ବେଳେବେଳେ ପାପିଷ୍ଟ ଦଲାଲର ଶିକାର ହୋଇ ନିର୍ଯାତିତ ମଧ୍ୟ ହେଉଛି .
 ଆମ ରାଜ୍ୟ ଓଡ଼ିଶା କଥା ଦେଖିଲେ, ରାଜ୍ୟରେ ପ୍ରତିଦିନ ଶିଶୁ ଚାଲାଣ ସହ ବିଭିନ୍ନ ସ୍ଥାନରେ ନିର୍ଯାତନାର ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି .  କେଉଁଠି ଦୋକାନରେ ଶିଶୁ ବାସନ ମାଜିବାର ଚିତ୍ର ଆସୁଛି ତ କେଉଁଠି ହୋଟେଲରେ କାମ କରିବାର ଚିତ୍ର  . ଶିଶୁ ଚାଲାଣ କ୍ଷେତ୍ରରେ ମଧ୍ୟ ରାଜ୍ୟର ସ୍ଥିତି ସଙ୍ଗୀନ . ଏକ NGO ରିପୋର୍ଟ ଅନୁସାରେ, ରାଜ୍ୟର ୩ ଟି ଜିଲ୍ଲାରୁ ପାଖାପାଖି ୩ଶହ ଶିଶୁ ପ୍ରତିବର୍ଷ ଚାଲାଣ ଦେଉଛନ୍ତି . ସବୁଠାରୁ ଆଗରେ ଥିବା ଏହି ଜିଲ୍ଲା ଗୁଡ଼ିକ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ.ଏହି ଜିଲ୍ଲାରେ କେବଳ ପୁଅ ନୁହନ୍ତି, ଝିଅଙ୍କୁ ମଧ୍ୟ ଚାଲାଣ କରାଯାଇଛି. ପୁଅ ମାନଙ୍କୁ ସାଧାରଣତଃ ବିଭିନ୍ନ ସ୍ଥାନରେ କାମରେ ନିୟୋଜିତ କରାଯାଉଥିବା ବେଳେ ଝିଅ ମାନଙ୍କୁ ଅନ୍ୟ ରାଜ୍ୟରେ ବିବାହ ପାଇଁ ଚାଲାଣ କରାଯାଉଛି .  ସେପଟେ ଜାତୀୟ ମାନବଧିକାର କମିଶନଙ୍କ ବାରମ୍ୱାର ତାଗିତ୍ ପରେ ମଧ୍ୟ ରାଜ୍ୟରେ ଶିଶୁ ଚାଲାଣ କମିବାର ନାଁ ନେଉନି.ଗୋଟିଏ ପଟେ ରାଜ୍ୟ ସରକାର ପରୀ ଯୋଜନାରେ ଏହି ଶିଶୁ ଚାଲାଣ ରୋକିବା ପାଇଁ ପ୍ରକ୍ରିୟା ଆରମ୍ଭ କରି ବିଭିନ୍ନ ସ୍ଥାନରୁ ଅନେକ ଶିଶୁଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି . ରିପୋର୍ଟରୁ ଜଣାପଡ଼ିଛି ରାଜ୍ୟ ପୋଲିସ ୩୬ ପୋଲିସ ଜିଲ୍ଲାରୁ ୧୭୭୩ ଜଣ ଶିଶୁଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଉଦ୍ଧାର କରିଛି . ଏହାରି ମଧ୍ୟରୁ ୪୮୫ ନାବାଳକ ୨୫ଜଣ ଯୁବତୀ ଗଞ୍ଜାମ ଏବଂ ବ୍ରହ୍ମପୁର ପୋଲିସ ଜିଲ୍ଲାରୁ ଉଦ୍ଧାର କରାଯାଇଛି. ଠିକ୍ ସେହିଭଳି କୋରାପୁଟ ଜିଲ୍ଲାରୁ ୧୪୧ଜଣ, ଯେଉଁଥିରେ ୬୪ ନାବାଳକ ଏବଂ ୭୮ଜଣ ଯୁବତୀ ରହିଛନ୍ତି.
 ସେପଟେ ପୋଲିସ ସମସ୍ତ ଘଟଣାରେ ୧୦୫ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି .କେବଳ ଯେ ରାଜ୍ୟର ଅନୁନ୍ନତ ଅଞ୍ଚଳରେ ଶିଶୁ ଚାଲାଣ ଏବଂ ନିର୍ଯ୍ୟାତନା ଘଟଣା ସାମ୍ନାକୁ ଆସୁନାହିଁ, ରାଜ୍ୟ ରାଜଧାନୀ ଭୁବନେଶ୍ୱରଏବଂ କଟକ କମିଶନରେଟ ପୋଲିସ ଅଧିନରେ ଥିବା ଅନେକ ଅଞ୍ଚଳରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିବାରେଲାଗିଛି . ଶିଶୁ ଚାଲାଣକୁ ନେଇ ଅନେକ ଆଇନ ରହିଛି ଯାହା ତାଙ୍କୁ ସୁରକ୍ଷା ପ୍ରଦାନ କରିବାରେ ସହାୟକ ହେବ କିନ୍ତୁ ଏହାର କୌଣସି ସୁଫଳ ସେମାନେ ନେଇ ପାରୁନାହାଁନ୍ତି . ଯଦି ସେହି ଧାରା ଉପରେ ଟିକେ ନଜର ପକାଇବା ତାହେଲେ ଅନେକ ତଥ୍ୟ ସାମ୍ନାକୁ ଆସିବ . ତେଣୁ, ଏହି ନିଷ୍ପାପ କୋମଳ ଶିଶୁଙ୍କ ଭବିଷ୍ୟତ ଯେ କେତେସୁଦୃଢ଼ ତାହା ଏହି ତଥ୍ୟ ବୟାନ କରୁଛି. ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରସ୍ତୁତି, ଜୀ ମିଡିଆ
Zee Disclaimer: Confidentiality / Proprietary Note: This communication is confidential /proprietary and is intended for use only by the addressee. Zee Media Corporation Ltd. accepts no responsibility for any mistransmission of, orinterference with, this communication

Comments