ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ଅସହମତ


ଆପଣ ସମସ୍ତେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କୁ ନିହାତି ଜାଣିଛନ୍ତି । ଆମେ ରାଜ୍ୟପାଳଙ୍କୁ ଭଲ ପାଉ । ପ୍ରଫେସର ଗଣେଶି ଲାଲଙ୍କ ଭଳି ଜଣେ ରାଜ୍ୟପାଳଙ୍କୁ ପାଇ ଓଡ଼ିଶାବାସୀ ଗର୍ବିତ । ତାର କାରଣ ହେଉଛି ଓଡ଼ିଶାର ସଂସ୍କୃତି ପରମ୍ପରା ସହିତ ମହାମହିମ ରାଜ୍ୟପାଳ ଯେତେ ଶୀଘ୍ର ଜଡିତ ହେଲେ ଆଉ ତାକୁ ଗ୍ରହଣ କରିପାରିଲେ ପୂର୍ବରୁ କୌଣସିବି ରାଜ୍ୟପାଳ ସମକକ୍ଷ ହୋଇପାରିବେ ନାହିଁ । ଲୋକଙ୍କୁ ଭଲ ପାଇବା, ଲୋକଙ୍କ ସହ ଜଡିତ ହେବା, ଓଡ଼ିଆ ସଂସ୍କୃତି ପରମ୍ପରାକୁ ଭଲ ପାଇବା, ଓଡିଆ ଭାଷା, ସାହିତ୍ୟପ୍ରତି ରୁଚି ରଖିବା ପୂର୍ବରୁ କୌଣସି ରାଜ୍ୟପାଳଙ୍କ କ୍ଷେତ୍ରରେ ଦେଖାଯାଇନଥିଲା । ଓଡ଼ିଶା କେଉଁଭଳି ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ସେଥିପାଇଁ ଗଣେଶି ଲାଲଙ୍କ ଭଳି ଜଣେ ରାଜ୍ୟପାଳ ଅହରହ ଉଦ୍ୟମ ଜାରି ରଖିଛନ୍ତି । ଗଣେଶି ଲାଲ ରାଜ୍ୟ ପାଇଁ ଯେତିକି କରିଛନ୍ତି ତାହା ଅନେକ ସମୟ ପାଇଁ ରାଜ୍ୟବାସୀ ମନେରଖିବେ । ଆଉ ଏହି କାମ ପାଇଁ ସମସ୍ତଙ୍କର ଭଲ ପାଇବା ରହିଛି, ଆମର ମଧ୍୍ୟ ରାଜ୍ୟପାଳଙ୍କ ପ୍ରତି ଭଲ ପାଇବା ରହିଛି ।  ତାଙ୍କ ଜ୍ଞାନ ଗରିମା ପ୍ରତି ମଧ୍ୟ ଆମର ଯଥେଷ୍ଟ ସମ୍ମାନ ରହିଛି । ଜଣେ ବୁଦ୍ଦିଜୀବୀ ହିସାବରେ, ଜଣେ ପୂର୍ବତନ ରାଜନେତା ଭାବେ ତାଙ୍କର କ୍ଷ୍ୟାତି ରହିଛି । ଆପଣଙ୍କ ମାନଙ୍କ ମଧ୍ୟରୁ ଅନେକ ଜାଣିଥିବେ ଯେ ୧ମାର୍ଚ୍ଚ ୧୯୪୨ରେ ହରିୟାଣାର ସିର୍ସାରେ ଜନ୍ମ ହୁଏ ଗଣେଶିି ଲାଲଙ୍କର । ଇଂରାଜୀ ସମ୍ମାନରେ ଡିଗ୍ରୀଧାରୀ ଗଣେଶି ଲାଲ ପରେ ଗଣିତରେ ସ୍ନାତକତ୍ତୋର ଡିଗ୍ରୀ ହାସଲ କରିଛନ୍ତି । ଶିକ୍ଷା ସମାପ୍ତ ପରେ ସେ ଅଧ୍ୟାପନା ଆରମ୍ଭ କରିଥିଲେ । ୧୯୬୪ରୁ ୧୯୯୧ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ଜାରି ରହିଥିଲା । ପରେ ସେ ରାଜନୀତିରେ ଯୋଗଦେଇଥିଲେ । ବିଜେପିରେ ଯୋଗଦେବା ପରେ ୧୯୯୬ରୁ ୨୦୦୦ ଯାଏ ସିର୍ସାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହି ସମୟ ମଧ୍ୟରେ ସେ ରାଜ୍ୟମନ୍ତ୍ରୀମଣ୍ଡଳରେ ଖାଦ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ । ହରିୟାଣାରେ ବିଜେପିର ମୁଖ୍ୟ ଭାବେ ମଧ୍ୟ ସେ କାମ କରିଥିଲେ । ଇଏତ ଥିଲା ପ୍ରଫେସର ଗଣେଶି ଲାଲଙ୍କ ଅଧ୍ୟାପନା ସହ ରାଜନୈତିକ ଯାତ୍ରା । ଏବେ ପୁଣି ପ୍ରସଙ୍ଗକୁ ଫେରିବା । ଯେ ଆଜି ଆମେ କାହିଁକି ପ୍ରଫେସର ଗଣେଶି ଲାଲଙ୍କ ବିଷୟରେ କଥା ହେଉଛୁ । ପ୍ରଫେସର ଗଣେଶି ଲାଲ୍ ରାଜ୍ୟପାଳ ଆମର ଏୟା ଭିତରେ ଗୋଟିଏ ପ୍ରସ୍ତାବ ଦେଇଛନ୍ତି । ଆଉ ଏହି ପ୍ରସ୍ତାବ ଭାବୁକ ହେଇ ଦେଇଛନ୍ତି ପ୍ରଥମ କଥା ନା କୌଣସି କଥା ନବୁଝି ଦେଇଛନ୍ତି । ବା କରୋନା କାଳରେ ଏଭଳି ଅଧିକ ଭାବପ୍ରବଣ ହୋଇ ଦେଇଛନ୍ତି ତାହା ଆମେ ଜାଣିନାହୁଁ । କିନ୍ତୁ ତାଙ୍କର ଏହି ପ୍ରସ୍ତାବକୁ ଆମେ ବିରୋଧ କରୁଛୁ । ପ୍ରଫେସର ଗଣେଶୀ ଲାଲ ରାଜ୍ୟପାଳଙ୍କର କେଉଁ କଥାକୁ ଆମେ ବିରୋଧ କରିବାକୁ ଚାହୁଁଛୁ, କେଉଁ ପ୍ରସ୍ତାବ ସହ ଆମେ ଏକମତ େହୋଇପାରୁନାହୁଁ ସେ କଥା ଆମେ କିଛି ସମୟ ପରେ କଥା ହେବା । ଗଣେଶୀ ଲାଲଙ୍କ ଜ୍ଞାନ ଗାରିମା ଉପରକୁ ଟିକେ ଯିବା ପାଇଁ ଆମେ ଚାହୁଁଛୁ । ଓଡ଼ିଶାକୁ ସେ କେତେ ଭଲ ପାଆନ୍ତି ସେ ବିଷୟରେ ଜଣେଇବାକୁ ଚାହୁଁଛୁ । 




ପ୍ରତ୍ୟେକ ସ୍ଥାନରେ ସେ ଓଡ଼ିଶାର ଭାଷା, ସଂସ୍କୃତି, ଐତିହ୍ୟର ବର୍ଣ୍ଣନା କରିଛନ୍ତି ଯାହା ଆମକୁ ଚକିତ କରିଛି । ଜଣେ ରାଜ୍ୟପାଳଙ୍କ ଏଭଳି ଗୋଟିଏ ଭାଷା ସଂସ୍କୃତି ପ୍ରତି ଭଲ ପାଇବା ସମସ୍ତଙ୍କ ପାଇଁ ଉଦାହରଣ । ଏବେ ଆମେ ରାଜ୍ୟପାଳଙ୍କର ସେହି ପ୍ରସ୍ତାବକୁ ଆସିବା । ଅବସର ଥିଲା ଗୋଟିଏ ଘରୋଇ ସ୍କୁଲର ପ୍ରତିଷ୍ଠାତା ବିଜୟ କୁମାର ସାହୁଙ୍କ ବିୟୋଗରେ ଆୟୋଜିତ ଭର୍ଚ୍ଚୁଆଲ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମର । ଏହି ବୈଠକରେ ଅତିଥିଭାବେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ । ଏହି ଅବସରରେ ଉଦବୋଧନ ଦେଇ ମହାମହିମ ରାଜ୍ୟପାଳ ଶ୍ରୀ ସାହୁଙ୍କ ଅବଦାନ ଚିରସ୍ମରଣୀୟ ବୋଲି କହିଥିଲେ । ଏଭଳି ଜଣେ ବ୍ୟକ୍ତିଙ୍କ କାର୍ଯ୍ୟକୁ ମନେ ରଖିବା ପାଇଁ ପଟିଆ ଛକରୁ ଇନଫୋସିଟି ସଂଯୋଗ କରୁଥିବା ରାସ୍ତାକୁ ବିଜୟ ପଥ ବା ବିଜୟ ମାର୍ଗ ନାମରେ ନାମିତ କରିବାକୁ ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କହିଥିଲେ ଯେ  ଶୀ ସାହୁଙ୍କ ଭଳି ଜଣେ ଶିକ୍ଷାବିତ୍ଙ୍କୁ ହରାଇବା ରାଜ୍ୟ ପାଇଁ ଅପୂରଣୀୟ କ୍ଷତି ।  ସେ ଯାହାବି ହେଉ ରାଜ୍ୟପାଳଙ୍କ ପ୍ରସ୍ତାବ ଦେଇଛନ୍ତି ଯେ ପଟିଆଠାରୁ ଇନଫୋସିଟି ପର୍ଯ୍ୟନ୍ତ ରାସ୍ତାକୁ ବିଜୟ ପଥ କିମ୍ବା ବିଜୟ ମାର୍ଗ କରାଯାଉ ଯାହାକୁ ଆମେ ଗ୍ରହଣ କରିପାରିଲୁନାହିଁ । ଆମେ ପଚାରିବା ପାଇଁ ଚାହୁଁଛୁ କାହିଁକି । ଆମ ମନରେ ବି ପ୍ରଶ୍ନ ଆସୁଛି କାହିଁକି । ତେଣୁ କିଛି ପ୍ରଶ୍ନ ରଖିବାକୁ ଚାହିଁଲୁ । ପ୍ରଶ୍ନ ନ.୧ ପ୍ରଫେସର ଗଣେଶି ଲାଲ ସ୍ୱର୍ଗତ ବିଜୟ ସାହୁଙ୍କର ବ୍ୟାକଗ୍ରାଉଣ୍ଡ ଜାଣିଛନ୍ତି କି? ପ୍ରଶ୍ନ ନଂ.୨ ପ୍ରଫେସର ଗଣେଶି ଲାଲ ଆମ ରାଜ୍ୟପାଳ ମହାଶୟ ବିଜୟ ବାବୁଙ୍କ ଓଡ଼ିଶା ପ୍ରତି କଣ ଅବଦାନ ଜାଣିଛନ୍ତି କି? ପ୍ରଶ୍ନ ନଂ ୩. ଶିକ୍ଷାକ୍ଷେତ୍ରରେ ତାଙ୍କର ଓଡ଼ିଶା ପ୍ରତି କଣ ଅବଦାନ ରହିଛି? ପ୍ରଶ୍ନ ନଂ୪ ଗରିବ ଛାତ୍ରଛାତ୍ରୀଙ୍କ ପ୍ରତି କଣ ଅବଦାନ ରହିଛି ତାଙ୍କର ଏବଂ ଶେଷରେ ସ୍ୱର୍ଗତ ବିଜୟ ସାହୁଙ୍କର ସାମଗ୍ରିକ ଭାବେ ରାଜ୍ୟର ବିକାଶ ପ୍ରତି କଣ ଅବଦାନ ରହିଛି? ନିଶ୍ଚିତ ଭାବେ ଏ ସବୁ ପ୍୍ରଶ୍ନ ଆମ ମନରେ ଆସିଲା ଯେଉଁଥି ପାଇଁ ଆମେ ରାଜ୍ୟପାଳଙ୍କ ଏହି ପ୍ରସ୍ତାବକୁ ଗ୍ରହଣ କରିପାରିଲୁ ନାହିଁ । ଆମେ କରୋନାରେ ପ୍ରାଣ ହରାଇଥିବା ବିଜୟ ସାହୁଙ୍କୁ ଅସମ୍ମାନ କରିବା ଚାହୁଁନାହୁଁ ।  କୋଭିଡ୍ ସହ ଲଢେଇ କରି ସେ ପ୍ରାଣହରାଇଛନ୍ତି । ରାଜ୍ୟରେ ଦୁଇ ଦୁଇଟି ଶିକ୍ଷାନୁଷ୍ଠାନ କରିଛନ୍ତି । ଯଦିଓ ତାଙ୍କ ବିରୋଧରେ ଅନେକ କିଛି ଲୋକଙ୍କର ଅନେକ କିଛି ମତ ରହିଛି, ଗୁଡ଼ାଏ ଏଭଳି ଅପମାନଜନକ ଶବ୍ଦ ବ୍ୟବହାର କରାଯାଉଛି ଯାହା ଆମେ କରିବାପାଇଁ ଚାହୁଁନାହୁଁ । ଯେମିତି ଶିକ୍ଷା ଅମୁକ, ସେ ଜଣେ ଶିକ୍ଷା ସମକ ଏଭଳି ଅନେକ କିଛି । ଯାହା ଆମେ କହିବାବା ପାଇଁ ଚାହୁଁନାହୁଁ । କିନ୍ତୁ ଆମର ପ୍ରଶ୍ନ ଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ତାଙ୍କର ଅବଦାନ କଣ । ଆମେ ସେ ପ୍ରସଙ୍ଗ ଉଠାଇବାକୁ ଚାହୁଁଛୁ । ସ୍ୱର୍ଗତ ବିଜୟ ସାହୁଙ୍କ ବିରୋଧରେ ଅନେକ ବିବାଦ ପୂର୍ବରୁ ରହିଥିଲା । ଶ୍ରୀ ଜଗନ୍ନାଥ ମନ୍ଦିର ଟଙ୍କା ୟେସ ବ୍ୟାଙ୍କରେ ରଖିବାକୁ ନେଇ ବିବାଦରେ ଘେରିହୋଇଥିଲେ ସ୍ୱର୍ଗତ ବିଜୟ ସାହୁ । ବିରୋଧୀ ବିଜେପି ତାଙ୍କ ବିରୋଧରେ ଏହି ଅଭିଯୋଗ ରହିଥିଲା ।  ବିରୋଧୀ ତାଙ୍କୁ ଏସମୟର କଳାପାହାଡ଼ର ଆଖ୍ୟା ମଧ୍ୟ ଦେଇଥିଲେ । ସେ ସମୟରେ ୟେସ ବ୍ୟାଙ୍କରେ ଟଙ୍କା ରଖିବା ପାଇଁ କିଏ ସୁପାରିସ କରିଥିଲା । କିଏ କମିଶନ ଖାଇ ଟଙ୍କା ୟେସ ବ୍ୟାଙ୍କରେ ରଖିଥିଲା ତାକୁ ନେଇ ବିବାଦୀୟ ହୋଇଥିଲେ । ଟଙ୍କା ରଖିବା ବେଳେ ଫାଇନାନ୍ସିଆଲ ଆଡଭାଇଜର ଥିଲେ ସେ ଚାଟାର୍ଡ ଆକାଉଟାଂଣ୍ଟ ବିଜୟ ସାହୁଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ୟେସ ବ୍ୟାଙ୍କରେ ଟଙ୍କା ରଖିବାର ନିଷ୍ପତ୍ତି କିଏ ନେଇଥିଲେ ତାହା ସନ୍ଦେହ ଘେରରେ ଥିଲା । ସେହିଭଳି ବିଜୟ ସାହୁଙ୍କର ଗରିବ ଛାତ୍ରଙ୍କ ପ୍ରତି କୌଣସି ଗୋଟିଏ ହେଲେ ଅବଦାନ ନଥିଲା । ଅନେକ ମେଧାବୀ ଗରିବ ଛାତ୍ରଙ୍କ ପାଇଁ ତାଙ୍କର କୌଣସି ଅବଦାନ ନାହିଁ । ଯଦି ଏଭଳି ଜଣେ ବ୍ୟକ୍ତିଙ୍କ ରାଜ୍ୟପ୍ରତି କୌଣସି ଅବଦାନ ନାହିଁ ତାଙ୍କ ନାମରେ କାହିଁକି ଗୋଟିଏ ରୋଡର ନାମ ରଖାଯିବ । ଏଇ ଆମର ପ୍ରଶ୍ନ । ତାଛଡା ସ୍ୱର୍ଗତ ବିଜୟ ସାହୁ କରୋନାରେ ପ୍ରାଣହରାଇବା ପରେ ଭୁବନେଶ୍ୱରରେ ତାଙ୍କର ଶେଷକୃତ୍ୟ ହେଲା ।  ରାଜ୍ୟଆଦର୍ଶ ବିଦ୍ୟାଳୟରେ ସେ ଉପଦେଷ୍ଟା ରହିଥିଲେ । ରାଜ୍ୟ ସରକାର ଶେଷକୃତ୍ୟ ବେଳେ ଗାର୍ଡଅଫ ଅନର ପ୍ରଦାନ କରିଥିଲେ । ତାଙ୍କୁ ୨୧ ତୋପ ସଲାମ ମିଳିଥିଲା । କିନ୍ତୁ ଏପଟେ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ ତଥା ଭିଜିଲାନ୍ସର ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକ ହେଲା । କୋଲକାତାରୁ ତାଙ୍କ ଶବ ଆସିବା ପରେ କଟକ ଖାନନଗର ଶ୍ମଶାନରେ ତାଙ୍କରର ଶେଷକୃତ୍ୟ ହେଲା ହେଲା ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଶେଷ ସମ୍ମାନ ତଥା ଗାର୍ଡ ଅଫ୍ ଅନର ମିଳିଲା ନାହିଁ । ଦେବାଶିଷ ବାବୁଙ୍କ ଭଳି ଜଣେ ଦକ୍ଷ ଅଫିସରଙ୍କ ପରଲୋକପରେ ପୋଲିସ ବିଭାଗ ସ୍ତବ୍ଧ ହୋଇଯାଇଥିଲା । ରାଜ୍ୟ ଜଣେ ଦକ୍ଷ ଅଫିସରକୁ ହରାଇ ମ୍ରିୟମାଣ ହୋଇଥିଲେ ମଧ୍ୟ ସମ୍ମାନ ମିଳିପାରିଲାନାହିଁ । ଏହାକୁ ନେଇ ରାଜ୍ୟରେ ଉଦବେଗ ପ୍ରକାଶ ପାଇଥିଲା । ଆମର ଗୋଟିଏ ମାତ୍ର ଉଦ୍ଦେଶ୍ୟ ଏହି କାର୍ଯ୍ୟକ୍ରମରେ ଯେ ସରକାର କିଛି ଏଭଳି କାମ କରନ୍ତୁ ନାହିଁ ଯାହାଙ୍କର କୌଣସିବି ଅବଦାନ  ଓଡ଼ିଶାର କୌଣସି ବି କ୍ଷେତ୍ର ପ୍ରତି ନାହିଁ ।  ରାଜ୍ୟପାଳଙ୍କୁ ଆମର ଗୋଟିଏ ଅନୁରୋଧ ଯେ ଆପଣ କିଛି ନବୁଝି ଏଭଳି କିଛି ପ୍ରସ୍ତାବ ରଖନ୍ତୁ ନାହିଁ ଦୟା କରି । ଆପଣଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ଅଛି ତେଣୁ ଏଭଳି କିଛି କରନ୍ତୁ ନାହିଁ ।



Comments

Popular posts from this blog

ସମୟ ଆଉ ସମ୍ପର୍କ

ପଛରୁ ଛୁରୀ

ମୁଁ ଜାଣେ ମୁଁ କିଏ