ମୁଁ ନାରୀ କହୁଛି
ମୁଁ ନାରୀ କହୁଛି
ହଁ ମୁ ନାରୀ କହୁଛି
ମୋର ନିଜର ଖୁସି ନାହିଁ
ସ୍ୱାମୀର ବିନା ଅନୁମତିରେ କଥା ହୋଇପାରିବିନି
ନିଜ ପସନ୍ଦର ଯଦି କିଛି କରିବି ଉଠିବ ପ୍ରଶ୍ନ
କାହିଁକି ଆଉ କଣ ପାଇଁ
ଆଜି ମୋ ଗୋଟେ ଫୋଟ ଉଠେଇଛି
ଆଜି ମୁଁ ରାସ୍ତାରେ ଛିଡା ହୋଇଛି
କଣ ଏଥିରେ ଭୁଲ ଅଛି, ମୁଁ କାହିଁକି
ଆଜି ନାରୀର ଚରିତ୍ର ନେଇ ପ୍ରଶ୍ନ କରିଛ
କାଲି ନିଜର କାହାର ଚରିତ୍ର ନେଇ ପ୍ରଶ୍ନ କରିବ
କିଏ ଦେଲା ତମକୁ ସେ ଅଧିକାର ?
କଣ ପୁରୁଷ ବୋଲି ହକ ଜାହିର କରୁଛ ?
ଆଉ ରହିଲା ଯୋଉ ଗାଁର ଅଭଦ୍ରଙ୍କ କଥା
ତମ ନାଁରେ ଅଭଦ୍ର ଲଗେଇଲା ପରେ ବି ଛି ଛି
ନା ନିଜେ ଖୁସିରେ ରହିବ ନା କାହାର ଖୁସି ଦେଖିବ
ଯୋଉ ଗାଁ ମାଇପେ ୟା ଘର ବୋହୁ ତା ଘର ଝିଅ କହୁଛ
କେବେ ନିଜ ଘରକୁ ଥରେ ଅନେଇଛ
କେବେ ନିଜ ଇତିହାସ ଥରେ ଦେଖିଛ
ଆଉ ନିଜ ଲୋକଙ୍କ କଥା, ଗୋଟେ ଢଗ ଅଛି
ଆଲୋ ସଖି ଆପଣା ମହତ ଆପେ ରଖି
Pic - google
#ଶନିବାର ଚିନ୍ତନ
#Goodmorning
Comments
Post a Comment