ମିତା....

ମିତ୍ରତା ରୁ ଉତ୍ପତ୍ତି ତୁମର 
ଆଉ ପୁଣି ଭାରି ଅଭିମାନି ବି ତୁମେ
ବୋଧେ ଭଗବାନ ଇଚ୍ଛା କରିଥିଲେ 
ଦୁଇଟି ଗୁଣ ଭରି ଦେବାକୁ ଆଉ ଦେଇଛନ୍ତି ବି
ଗୋଟିଏ ନିହାତି ଅଭିମାନି ଝିଅ
ବେଳେବେଳେ ଏତେ ବୁଝେଇ ବି ସେ ଅବୁଝା
ନା ଜାଣିବାକୁ ଭାରି ଇଚ୍ଛା ହଉଥିବ
କଣ ନା ଦେବି କେତେ ନାଁରେ କିଏ ଡାକେ
ସେ କାହାର ସୁନା ଝିଅ ତ କାହାର ସ୍ତ୍ରୀ
ତ ଆଉ କାହାର ଭଉଣୀ
ଏଇମିତି ଅନେକ ପରିଚୟ ଭିତରୁ
ସେ ଖୋଜୁଛି କଣ ତାର ନିଜ ପରିଚୟ
ଶେଷରେ କହିବି ସେ ପ୍ରିୟଙ୍କା ଆମ ମିତା
ସବୁ ଭାଇଙ୍କର ଗେଲ୍ଲୀ ବି ସେ
ଆଜି ସେ ଯାଉଛି, ମନରେ କୋହ
ଦୋଷ ଦେଉଛି କାହିଁକି ପର କଲ
କିନ୍ତୁ ସେ ବି ଜାଣିଛି ଏ ବିଧିର ନିୟମ
ତାକୁ ମାନିବାକୁ ପଡିବ ଆଉ ନିଶ୍ଚିତ
ହୋଉ ଏତେ ଅଭିମାନ କର ଆଉ 
ଟିକିଏ ହସି ଦିଅ ଯେମିତି ପ୍ରତିଥର କଥା ହୁଅ
ଆଉ ପୁଣି ଅପେକ୍ଷା ଆଉ ଗୋଟେ ଛୁଟି କୁ


Comments

Popular posts from this blog

ସମୟ ଆଉ ସମ୍ପର୍କ

ପଛରୁ ଛୁରୀ

ମୁଁ ଜାଣେ ମୁଁ କିଏ