ଗାଁ ଆଉ ଖାଇବା

ମୋତେ ସହରରେ ରହିବାକୁ ଭଲ ଲାଗେନି । କାରଣ ଜନ୍ମ ହେବା ପରଠାରୁ ଗୋଟେ ଛୋଟ ସହର କଣ୍ଟାମାଳରେ କଟିଛି ପିଲାବେଳଠୁ ନେଇ ଯୌବନବସ୍ଥା । ସେଥିପାଇଁ +୩ ପରୀକ୍ଷା ସରିବା ମାତ୍ରେ ଏକମୁହାଁ ହେଲି ପୈତୃକ ଗାଁ ଆଇଁସିଆକୁ । ଗାଁ ର ନା ଯେମିତି ଏଠି ରହୁଥିବା ଲୋକ ବି ଠିକ ସେମିତି । ଭାରି ଆଇଁସ ଟକରା । ଗାଁରେ ରହି ଗାଁକୁ ଅନୁଭବ କରିବାକୁ ଲାଗିଲି ଏହାରି ଭିତରେ କେତେବେଲେଯେ ୬ମାସ ବିତିଗଲା ଜାଣିପାରିଲିନି ପରେ ଯେତେବେଳେ ସାମ୍ବାଦିକତା ପଢ଼ିଲି ଅନେକ ଥର ଗାଁକୁ ଆସିଲି କାରଣ ଢେଙ୍କାନାଳରୁ ଗାଁର ଦୂରତା ୮୦କିମି ଆଉ ଯେହେତୁ ଶନିବାର ଆଉ ରବିବାର କ୍ୟାମ୍ପସ ଛୁଟି ରହେ ମୁଁ ତିନିଦିନିଆ ଛୁଟି ଦେଖି କାକାଙ୍କ ସହ ଗାଁ କୁ ଆସେ ଗାକୁଆସିବା ଭିତରେ ଗାଁ ଖାଇବା ପ୍ରତି ଟିକେ ଅଧିକ ଭଲ ପାଇବା ଆସିସାରିଥିଲା । ଗାଁ ଖାଇବା ମାନେ ଏ ଯେମିତି ନାଲିଆ ନାଲିଆ ଭାତ, ମୁଗ ଡାଲି ଆଉ ଭାଉଜଙ୍କ ହାତ ତିଆରି ଆଳୁଚକଟାକୁ ମିକ୍ସଚର ଓ କି ଶାନ୍ତି । କାରଣ ଯେତେବେଳେ ଘରେ ଥିଲି ମୁଁ ଟିକେଖାଇବାରେ ଚୁଜି ମସଲା ଜାତୀୟ ନହେଲେ ମୋ ସେଦିନ ଉପାସ ଆଉ ବୋଉ ଜାଣିଛି ମୋତେ କଣ ଭଲ ଲାଗେ ୟାରୀ ଭିତରେ ନିତୁ ଭାଉଜ ବି ବୋଉର ସେ କଳା କୁ ଶିଖିଯାଇଥିଲେ । ପରେ ଚାକିରୀ ପାଇଁ ଦିଲ୍ଲୀ ଆସିବାକୁ ପଡିଲା ଆଉ ସେ ଗାଁ ସୁଖରେ ଯେମିତି ପାଣିଫୋଟକା ପଡିଗଲା ଏଠି ଆଉ ଗାଁ ତିଆରି ଖାଇବା ନା ବୋଉ ଆଉ ଭାଉଜ ହାତ ତିଆରି ଖାଇବା କିଛି ମିଳିଲାନି । ସବୁ ଦିନ ଭାତ ସାଙ୍ଗରେ ଆଉ ଗୋଟେ କି ଦିଟା ତିୟଣ ହେଲେ ଢେର ।କିନ୍ତୁ ୟାରୀ ଭିତରେ ମୋର ନଜର ପଡିଲା ପିଜା ଉପରେ । କଣ ଏଟା ଲୋକ ଏୟାକୁ ଖାଇବାକୁ ଏତେ ଢହଳ ବିକଳ ହେଉଛନ୍ତି କାହିଁକି । ଇଚ୍ଛା ହେଲା ଦିନେ ୟାର ସ୍ୱାଦ ନେବାକୁ ପାଖରେ ଥିବା ପିଜା ହଟକୁ ଯାଇ ୧୦୦ ଟଙ୍କା ଦେଇ ଗୋଟେ ଆଣିଲି ଆଉ ସ୍ଵାଦନେଲି । ଆଉ ତାପରେ ଅନୁଭବ କଲି ଲୋକ କଣ ପାଇଁ ଏୟାକୁ ଖାଇବାକୁ ଏତେ ପାଗଳ ।  ହୋଉ ଛାଡ଼ ୟାରୀ ଭିତରେ ଗୋଟେ କଥା ଆପଣଙ୍କୁ କହିବି ଯେ ଲୋକମାନେ ଅଛନ୍ତି ଗାଁକୁ ଯାଇ କହନ୍ତି ଆମେ ସହରରେ ରହୁ ଡେଲି ପିଜା ଖାଉ କିନ୍ତୁ ଗାଁ ମାଟିର ଏ ଢେଙ୍କିକୁଟା ଚାଉଳ ଆଉ ରଗଡ଼ି ହୋଇଥିବା ମୁଗ ଡାଲି ଆଉ ଆଳୁ ଠାରୁ ଏ ତଳେ । ସମସ୍ତଙ୍କୁ ଅନୁରୋଧ ସହରରେ ରହୁଛନ୍ତି ଠିକ ଅଛି କିନ୍ତୁ ଆପଣ କେବେଭୁଲନ୍ତୁ ନାହିଁ ଏ ଗାଁ ରେ ଆପଣଙ୍କ ଜନ୍ମ ଆଉ ଏ ଗାଁରେ ହିଁ ଆପଣଙ୍କ ଶେଷ ହେବେ । ଗାଁ କୁ ଭୁଲନ୍ତୁ ନାହିଁ ଗାଁ କୁ ନେଇ ଗର୍ବ କରନ୍ତୁ । ନିଜ ମାଟି ମାଆ ନିଜ ବ୍ୟସ୍ତତା ଭିତରେ ଟିକେ ସୁଯୋଗ ଦିଅନ୍ତୁ ।
ଧନ୍ୟବାଦ

ବି ଦ୍ର : ମତ ସମ୍ପର୍କରେ କହିବି ଏହା ବ୍ୟକ୍ତିଗତ 
ଆପଣଙ୍କ ପ୍ରିୟ
ଧର୍ମେନ୍ଦ୍ର ପ୍ରଧାନ (ଡୁଗୁ)
ସାମ୍ବାଦିକ

Comments

Popular posts from this blog

ସମୟ ଆଉ ସମ୍ପର୍କ

ପଛରୁ ଛୁରୀ

ମୁଁ ଜାଣେ ମୁଁ କିଏ