ଗାଁ ଆଉ ନୂଆବୋହୂ

ଵାହାଘର ଆଉ ଗାଁ ଏ ଦୁଇ ଜିନିଷ ଗାଁର ଆଉ ଗୋଟେ ପରିଚୟ । ଆମ ଓଡ଼ିଆ ଘରେ ଆଜିବି ଯେତେବେଳେ ନୂଆକରି ବୋହୁ ଟିଏ ଆସେ ହାତେ ଓଢଣା ଦେଇ ଘରକୁ ଆସେ । ସମସ୍ତେ ତା ପାଇଁ ଅଜଣା କାହାକୁ ଡାକିବ କାହା ସହିତ କଥା ହେବ ସେ ଜାଣି ନଥାଏ । ଆଜିବି ମୋ ଗାଁରେ ଏ ପରମ୍ପରା ଦେଖିବାକୁ ମିଳେ କିନ୍ତୁ ଟିକେ ଅଲଗା ପ୍ରକାର, ଯେମିତି ନୂଆ ବୋହୁ ଘରକୁ ଆସିବା ପୂର୍ବରୁ ନିଜ ହେବାକୁ ଯାଉଥିବା ସ୍ୱାମୀ ସହ ତା ପରିବାର ସହ କଥା ହୋଇ ସବୁ ଜାଣିପାରୁଛି । ଆଉ କାହାସହ କେମିତି କଥା ହେଲେ ନିଜକୁ ପ୍ରସ୍ତୁତ କରିହେବ ତାବି ଭଲ ଭାବେ ଜାଣିପାରିଛି । ଏଟା ଭୁଲ ନୁହେଁ ଆମେ ଆଧୁନିକ ହେବା ସହ ଆଗକୁବଢିଛୁ କିନ୍ତୁ କିଛି କଥା ଅଛି ଯାହା ଆମ ପରିବାର, ପାରମ୍ପରିକ ଚାଲିଚଳଣୀରେ ପରିବର୍ତ୍ତନ କରିଦେଇଛୁ ଯାହା ମୁଁ ବ୍ୟକ୍ତିଗତ ଭାବେ କିଛିକାଂଶରେ ପସନ୍ଦ କରେନାହିଁ । ଏହାକହିବା ଯେ ସମ୍ପୂର୍ଣ୍ଣ ଭୁଲ ତା ନୁହେଁ କିନ୍ତୁ ଆମେ କିଛି ପ୍ରଥା ପରମ୍ପରା ଭୁଲିବା ସହ ଟିକେ ଅଧିକ ଆଧୁନିକ ହେବାର ଅଭିନୟ କରୁଛୁ । ତା ପରେ ମୁଣ୍ଡରେ ହାତେ ଚାଖଣ୍ଡର ଲୁଗା ଦେବା ଯାହା ଗୋଟେ ନୂଆବୋହୂର ପରିଚୟ, ଖାଲିଯେ ନୂଆବୋହୂ ନୁହେଁ ପ୍ରତିଟି ଓଡ଼ିଆଣିର ପରିଚୟ କହିଲେ ଅତୁକ୍ତି ହେବ । ଆମେ ଆଧୁନିକ ହୋଇଛେ କିନ୍ତୁ ଆମ ପରିପାଟି ଆଉ ପୋଷାକ ଏପରି ହେବା ଉଚିତ ଯେ ଆମେ ଆମ ଭବିଷ୍ୟତ ପିଡ଼ିକୁ କହିପାରିବ ଯେ ଆମେ ଉତ୍କଳୀୟ ପରମ୍ପରା ଆଉ ଇତିହାସର ପ୍ରତୀକ । ସେମାନେ ଯେମିତି କେବେ ଭୁଲିବେ ନାହିଁ ଯେ ସେମାନେ ଓଡ଼ିଆ ଜାତିର, ଓଡ଼ିଆ ପ୍ରାଣର ଗୋଟିଏ ଅଂଶ । ତାପରେ ଆସିବା ଆଜିର ଗୋଟେ ଫ୍ୟାସନ ହେଲାଣି ବାହାଘରରେ ଲେହଙ୍ଗା ପରିଧାନ କରିବା । ମୁଁ ଏଠି କହିବାକୁ ଚାହେଁ ଯେ କାହାର ପରିଧାନ କିମ୍ବା ବ୍ୟକ୍ତିଗତ ପରିପାଟିକୁ ଆକ୍ଷେପ କରୁନାହିଁ କେବଳ ଵର୍ତମାନର ଉଦାହରଣ ରଖୁଛି । ଆଜିକୁ ୧୦ବର୍ଷ ତଲକୁ ଗଲେ ଯେତେବେଳେ ବାହାଘର ହୁଏ ପ୍ରଥମେ ବୋହୂ ପାଇଁ ଖୋଜା ପଡୁଥିଲା ବଉଳ ପାଟ କିନ୍ତୁ ଆଜି ତାହା ଇତିହାସ । ଲୋକେ ପ୍ରଥମେ ଖୋଜୁଛନ୍ତି ଲେହଙ୍ଗା । ଆଗେ ନାଁ ଥିଲା ସଂଗୀତ ନା ହୋଉଥିଲା ମେହେନ୍ଦୀ କାର୍ଯ୍ୟକ୍ରମ କିନ୍ତୁ ଆଜି ତାହାବି ହେଉଛି । କହିବାର କଥା ଏଇ ଯେ ଆମେ ଗାଁରେ ରହି ମଧ୍ୟ ଅନେକ ସମୟରେ କିଛି ଅନ୍ୟ ପରମ୍ପରାକୁ ଆଦରି ସାରିଛୁ । ପରମ୍ପରାକୁ ମାନିବା ନ ମାନିବା ଆପଣଙ୍କ ଉପରେ ନିର୍ଭର କରେ କିନ୍ତୁ ଓଡ଼ିଆ ପରମ୍ପରା ଆଉ ଓଡ଼ିଆ ଜାତିର ଇତିହାସକୁ ଆମ ପରପିଢ଼ି ପାଇଁ ସାଇତି ରଖନ୍ତୁ କିଏ ଜାଣିଛି ତାଙ୍କୁ ଏ ସବୁ ଅମଠୁ ମିଳିବ ନା ନାହିଁ। 

ବି ଦ୍ର : ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ କାହାକୁ ହାନି କରିବା ଏହାର ଲକ୍ଷ୍ୟ ନୁହେଁ। ସବୁକିଛି ସେଇଭଳି ଜାରି ରହୁ କିନ୍ତୁ ଆମ ପରମ୍ପରା ମରିନଯାଉ

ଆପଣଙ୍କ ପ୍ରିୟ
ଧର୍ମେନ୍ଦ୍ର ପ୍ରଧାନ(ଡୁଗୁ)
ସାମ୍ବାଦିକ

Comments

Popular posts from this blog

ସମୟ ଆଉ ସମ୍ପର୍କ

ପଛରୁ ଛୁରୀ

ମୁଁ ଜାଣେ ମୁଁ କିଏ