ପରିବାର ନିୟୋଜନ ଅସ୍ତ୍ରୋପଚାର: ପୁରୁଷର ନା ନାରୀର ?

ଢେଙ୍କାନାଳ: କୁହାଯାଏ ଛୋଟ ପରିବାର ହେଉଛି ସୁଖୀ ପରିବାର। । ଏକବିଂଶ ଶତାବ୍ଦୀରେ ଏ ଉକ୍ତି ସାଧାରଣ । କିନ୍ତୁ ଦିନ ଥିଲା ଲୋକେ ବଡ଼ ପରିବାରକୁ ଭଲ ପାଉଥିଲେ ଏବଂ ଏକାଠି ରହିବାକୁ ଭଲପାଉଥିଲେ । କିନ୍ତୁ ଆଜି ତାହା ଭିନ୍ନ, ଯେତେ ଛୋଟ ପରିବାର ହେବ ସେତେ ନିଜ ଜୀବନକୁ ଉପଭୋଗ କରିପାରିବେ ବୋଲି ମତ ଦିଅନ୍ତି ଲୋକେ ।
   ଗୋଟିଏ ପରିବାରରେ ସ୍ୱାମୀ ଏବଂ ସ୍ତ୍ରୀ ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସେମାନେ ନିଜ ନିଷ୍ପତ୍ତିରେ ନିଜ ପରିବାରକୁ ଆଗକୁ ନେଇଥାନ୍ତି । କିନ୍ତୁ ଆଜି ଏଭଳି କିଛି ସ୍ଥାନ ଅଛି ଯେଉଁଠି ପରିବାରର ବରିଷ୍ଠ ସଦସ୍ୟଙ୍କ ନିଷ୍ପତ୍ତି ରେ ଘର ପରିଚାଳିତ ହୋଇଥାଏ । ଆଉ ସେମାନେ ନିଷ୍ପତ୍ତି ନିଅନ୍ତି କେତୋଟି ସନ୍ତାନ ହେବ, ନହେବ । ଉଦାହରଣ ସ୍ୱରୂପ ଦେଖାଯାଉଛି ଗୋଟେ କମ ବୟସର ନିଜ ଇଚ୍ଛା ନଥାଇ ବିବାହ କଲା , କିଛି ଦିନ ପରେ ସେ କନ୍ୟା ସନ୍ତାନର ଜନନୀ ହେଲା । ଏହା ପରେ କୁହାଗଲା କି ଆଉ ଏକ ସନ୍ତାନ ଅତିଶୀଘ୍ର କରିବା ପାଇଁ, ତାହାବି ପୁଅଟିଏ ହେବା ଦରକାର । ଯଦି ତାହା ହୋଇଯାଏ ତେବେ ତାର ପରିବାର ନିୟୋଜନ ଅସ୍ତ୍ରୋପଚାର କରି ତାକୁ ସବୁଦିନ ପାଇଁ ମାଆ ହେବାର ସୁଖ ଛଡ଼ାଇ ନିଆଯିବ । ସେଠି ମୋର ପ୍ରଶ୍ନ କେବଳ ନାରୀ କୁ କାହିଁକି କୁହାଯାଏ , କାଇଁ ସେଠି ଜଣେ ପୁରୁଷକୁ କୁହାଯାଏ ନାହିଁ ଅସ୍ତ୍ରୋପଚାର କରିବା ପାଇଁ । କଣ ସେହି ଝିଅର କିଛି ଇଚ୍ଛା ନାହିଁ । ତାକୁ ବିନା କୌଣସି ଅସ୍ତ୍ରୋପଚାର ରେ ବଞ୍ଚିବାକୁ ଦେବେ ନାହିଁ ସେହି ହୀନ ମସ୍ତିଷ୍କ ଲୋକେ ।
     ଏହି ଉଦାହରଣ ନେଇ ଏକ ଛୋଟ ସର୍ଭେ କରି ଦେଖିବାକୁ ମିଳିଥିଲା ଯେ ଗ୍ରାମଞ୍ଚଳରେ ଅତି କମ ବୟସରୁ ବିବାହ କରୁଥିବା ଛୋଟ ଝିଅମାନେ ୨ଟି ସନ୍ତାନ ର ଜନନୀ ହେବାପରେ ତାଙ୍କୁ ନିଜ ଇଚ୍ଛା ବିରୁଦ୍ଧରେ ଜୋରଜବରଦସ୍ତ ନେଇ ଅସ୍ତ୍ରୋପଚାର କରାଯାଉଛି । ତା ସହ ଦେଖିବାକୁ ମିଳିଥିଲା ଯେ ଏବିଷୟରେ କଥା ହେବାପାଇଁ କୁହାଯାଏ ତେବେ ସେମାନେ କୁହନ୍ତି ଏସବୁ କଥା ହେବା ବିଷୟ ନୁହେଁ । ସେଠି ମୋର ପ୍ରଶ୍ନ ନିଜକୁ ସମାଜର ଶ୍ରେଷ୍ଠ ଜୀଵ ବା ଆମ ସମାଜର ବଡ଼ପଣ୍ଡାମାନେ  କାହିଁକି ନାରୀ ସ୍ବାଧିନତା ଉପରେ ଆଲୋଚନା କରୁନାହାନ୍ତି । କାହିଁକି ସେମାନେ ସଚେତନ କରୁନାହାନ୍ତି । କେବଳ ଅସ୍ତ୍ରୋପଚାର ଗର୍ଭ ରୋକିବାର ଏକମାତ୍ର ବାଟ । ଏହା ଦ୍ବାରା ଆମେ ଜଣଙ୍କ ଜୀବନକୁ ବାଜିରେ ଲଗାଇଦେଉଛେ । ତାର ଅନେକ ଜ୍ବଳନ୍ତ ଉଦାହରଣ ରହିଛି । କେତେବେଳେ ଡାକ୍ତର ର ଭୁଲ ଯୋଗୁଁ ପ୍ରାଣହାଁନୀ ଘଟୁଛି ତ କେତେବେଳେ ଅପରେସନରେ ବ୍ୟବହାର ସରଞ୍ଜାମ ପେଟଭିତରେ ରହିଯାଉଛି ।
     ଆଜି ଆମେ ନିଜକୁ ସ୍ମାର୍ଟ ବୋଲି କହୁଛୁ କିନ୍ତୁ ଯଦି କହିବା ମାସିକ ଋତୁସ୍ରାବ ବିଷୟରେ କଥା ହୁଅ ସେଠାରେ ଚୁପ । ଯଦି କହିବା ସାନିଟାରୀ ପ୍ୟାଡ଼ ବିଷୟରେ କଥା ହୁଅ ସେଠାରେ ଚୁପ । ତାହେଲେ ଆମେ ଆଉ କେବେ ସ୍ୱର ଉଠାଇବା । ଖାଲି ତା ଘରେ କଣ ଘଟିଲା, ତା ବୋହୁ କଣ ଖାଇଦେଲା, କଣ ପିନ୍ଧିଲା ସେ ବିଷୟରେ ଆଲୋଚନା ନକରି କିଭଳି ସଚେତନ ହୋଇ ନାରୀକୁ ନିଜ ଇଚ୍ଛାରେ ବଞ୍ଚିବାକୁ ଦେବା ତାହା ଜରୁରୀ ।
      ଏଠି କାହାକୁ ନିନ୍ଦା କରିବା ଉଦ୍ଦେଶ୍ୟ ନୁହେଁ କିନ୍ତୁ ଜଣଙ୍କର ସୁଖ ପାଇଁ ଅନ୍ୟ ଜଣଙ୍କୁ ବଳିଦେବା ଜରୁରୀ ନୁହେଁ । ପରିବାରର ଭଲ ପାଇଁ କହି ଜଣେ ନାରୀର ସର୍ବସ୍ବ ଆମେ ଛଡାଇ ନେଇ ପାରିବା ନାହିଁ । ଏଣୁ ସେହି ପୁରୁଷଙ୍କୁ ମଧ୍ୟ ଅନୁରୋଧ ଯେତେବେଳେ ଏସମ୍ପର୍କିତ ନିଷ୍ପତି ନେଉଛନ୍ତି ବା ନେବାକୁ ଯାଉଛନ୍ତି ସମସ୍ତଙ୍କ ସହ ଆଲୋଚନା ଏବଂ ନିଜ ଜୀବନ ସାଥିଙ୍କ ସହ ଉତ୍ତମ ବୁଝାମଣା ରଖି କଥାର ସମାଧାନ ସହ ଉଚିତ ନିଷ୍ପତ୍ତି ନେବା ଆବଶ୍ୟକ । ଯାହା ପରିବାର ଗଢିତୋଳିବାରେ ସାହାୟକ ହେବାସହ ଏହାର ଭବିଷ୍ୟତ ମଧ୍ୟ ଉଜ୍ଜ୍ୱଳ କରିପାରିବ ।
     

Comments

Popular posts from this blog

ସମୟ ଆଉ ସମ୍ପର୍କ

ପଛରୁ ଛୁରୀ

ମୁଁ ଜାଣେ ମୁଁ କିଏ