ନବୀନଙ୍କ ଟାର୍ଗେଟରେ ପଶ୍ଚିମ
ଢେଙ୍କାନାଳ: ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢ଼ିବେ ନବୀନ । ଏନେଇ ପଶ୍ଚିମ ଓଡିଶାର ବିଜେଡି ନେତା ନବୀନଙ୍କୁ ଅନୁରୋଧ କରିଛନ୍ତି । ନବୀନ ମଧ୍ୟ ଏହାକୁ ନେଇ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ହଠାତ ନବୀନ ପଶ୍ଚିମ କାର୍ଡ ଖେଳିବା ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ହଟଚମଟ ।
ଲଗାତାର ଭାବେ ହିଂଜିଲିରୁ ନିର୍ବାଚିତ ହୋଇ ଆସୁଥିବା ନବୀନ ହଠାତ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢ଼ିବାକୁ କାହିଁକି ମନବଳେଇଛନ୍ତି ବୋଲି ଲୋକେ କହୁଛନ୍ତି । ଦେଖିବାକୁ ଗଲେ ପଶ୍ଚିମରେ ବିଜେଡିର ଭୋଟ ବ୍ୟାଙ୍କ ଧୀରେ ଧୀରେ କମୁଛି । ଆଉ ଏଭଳି ସମୟରେ ଯଦି ନବୀନ କିଛି ନିଷ୍ପତ୍ତି ନିୟନ୍ତି ତାହା ସମସ୍ତଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ।
କଂଗ୍ରେସ କହିଛି ଏହା ବିଜେଡି ପାଇଁ ବୁମେରଂ ହେବ । ବିଜେଡିର ଗଡ଼ ପଶ୍ଚିମ ଓଡିଶା । ଗତ ପଞ୍ଚାୟାତ ନିର୍ବାଚନରେ ବିଜେଡିକୁ ଯେଉଁ ଭଲି ଝଟକା ଲାଗିଥିଲା ଠିକ ସେହିଭଳି ଝଟକା ଲାଗିବ ବୋଲି ବିଜେପି କହିଛି ।
ନବୀନ ନିବାସରେ ଏନେଇ ପଶ୍ଚିମ ଓଡିଶାର ଛାତ୍ର, ଯୁବକ, ମହିଳା , ଚାଷୀ , ସାହିତ୍ୟିକ, ବୁଦ୍ଧିଜୀବୀ ଓ ଦଳୀୟ ନେତା ଆଲୋଚନା କରିବା ସହ ଅନୁରୋଧ କରିଛନ୍ତି । ନବୀନ ପ୍ରତିକ୍ରିୟା ରଖି କହିଛନ୍ତିଯେ, ଏହା ଆଲୋଚନାର ବିଷୟ ତରବରରେ କିଛି ନିଷ୍ପତ୍ତି ନିଆଯିବ ନାହିଁ । ହଠାତ ଗୋଟିଏ ଦିନରେ ଏତେ ସଂଖ୍ୟକ ବିଭିନ୍ନ ବର୍ଗର ଲୋକେ ଏକାଠି ହୋଇ ଅପିଲ କରିବା ସମସ୍ତଙ୍କୁ ଚକିତ କରିଛି ।
ଯଦି ଆସନ କଥା ଉପରେ ନଜର ପକାଇବା ପଶ୍ଚିମ ଓଡ଼ିଶାରେ ସମୁଦାୟ ୩୭ ବିଧାନସଭା ଆସନ । ତାମଧ୍ୟରୁ ବିଜେଡି ପାଖରେ ୨୩, କଂଗ୍ରେସ ପାଖରେ ୫, ବିଜେପି ୮ ଏବଂ ସିପିଆଇ ପାଖରେ ଗୋଟିଏ ଆସନ ରହିଛି । ଗତ ପଂଚାୟତ ନିର୍ବାଚନରେ ୧୦ଟି ଜିଲ୍ଲାରେ ୨୦୯ ଜିଲ୍ଲା ପରିଷଦରୁ ବିଜେଡି ୫୬ଟିରେ ସଫଳ ହୋଇଥିଲା । ବିଜେପି ସର୍ବାଧିକ ୧୨୬, କଂଗ୍ରେସ ୨୨ଟି ଏବଂ ସ୍ୱାଧୀନଭାବେ ୫ ଜଣ ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏହା ପରେ ମୋଦୀ ଏବଂ ରାହୁଲ ଗାନ୍ଧୀଙ୍କ ପଶ୍ଚିମ ଓଡ଼ିଶାକୁ ତୋଫାନି ଗସ୍ତ ଲାଗିଥିଲା । ସମସ୍ତଙ୍କ ନଜରରେ ଥିଲେ ଚାଷୀ ।
ଆଗକୁ ଦେଖିବାକୁ ବାକି ରହିଲା, ନବୀନ ଏନେଇ କଣ ରଣନୀତି ଆପଣାଉଛନ୍ତି । ଆଉ ପୁଣି କଣ ମାଷ୍ଟରଷ୍ଟ୍ରୋକ ସହ ରାଜ୍ୟ ରାଜନୀତି କୁ ହଲାଉଛନ୍ତି ନବୀନ ଏବଂ କେତେ ସଫଳ ହୋଉଛି ତାହା ଆଲୋଚନା ସାପେକ୍ଷ ।
Comments
Post a Comment