ବିଜେଡିର ମହିଳା ସଂରକ୍ଷଣ କାର୍ଡ
ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଖେଳିଛି ମହିଳା ସଂରକ୍ଷଣ କାର୍ଡ । ଆଗାମୀ ନିର୍ବାଚନରେ ସଂସଦ କୁ ୩୩ପ୍ରତିଶତ ମହିଳାଙ୍କୁ ପଠେଇବା ପାଇଁ ନିଷ୍ପତ୍ତି କରିଛି ବିଜେଡି । ଅର୍ଥାତ ୨୧ଟି ଲୋକସଭା ଆସନରୁ ୭ଟିରେ ବିଜେଡ଼ି ମହିଳା ପ୍ରାର୍ଥୀ ଦେବ । ଏହାର କିଛି ସମୟପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪୧% ମହିଳା ପ୍ରାର୍ଥୀଙ୍କୁ ଲୋକସଭାକୁ ପଠେଇବାକୁ ଘୋଷଣା କରିଛନ୍ତି ଏବଂ ପ୍ରାର୍ଥୀ ଙ୍କ ନାମ ଘୋଷଣା କରିଛନ୍ତି ।
ଠିକ ଏହି ସମୟରେ ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତିଯେ, କେବଳ ଲୋକସଭାରେ କାହିଁକି ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉଛି । କାହିଁକି ବିଧାନସଭା ନିର୍ବାଚନରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯାଉନାହିଁ । ବିଜେଡିର ଉତ୍ତର ଏହାକୁ ପ୍ରଥମେ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି ଯଦି ଏହା ସଫଳ ହୁଏ ତେବେ ଆଗାମୀ ନିର୍ବାଚନରେ ଏହାକୁ କାର୍ଯ୍ୟକାରୀ କରାଯିବ । କିନ୍ତୁ ଏହା ପଛରେ ଥିବା କିଛି ତଥ୍ୟ ଯଦି ଦେଖିବା ତା ହେଲେ ଜଣାପଡିବ, ଯେ କଣ ରହିଛି ଏହାର ଭିତିରି କଥା । ଓଡ଼ିଶାର ବିଧାନସଭା ଆସନ ୧୪୭ ଯଦି ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରାଯାଏ ତେବେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ପାଖାପାଖି ୪୫ ରହିବ । ଯଦି ଏହା ହୁଏ ତେବେ ଦଳରେ ଥିବା ଅନେକ ଆଶାୟୀ ଟିକେଟରୁ ବଞ୍ଚିତ ହେବ । ଏହାସହ ଆଉ ଏକ ତଥ୍ୟ ସାମ୍ନାକୁ ଆସିବ ତାହା ହେଲା ଯଦି ମହିଳା ପ୍ରାର୍ଥୀ ନିର୍ବାଚିତ ହୁଅନ୍ତି ତେବେ ସେମାନେ କେବଳ ମୁଖବନ୍ଧ ସଦୃଶ ହୋଇରହିବ ଏବଂ ପରିବାରର ଅନ୍ୟ ବ୍ୟକ୍ତି ରାଜନୈତିକ କାର୍ଯ୍ୟ ପରିଚାଳନା କରିବେ ଯାହା ସଂପୂର୍ଣ୍ଣ ଭାବେ ଭୁଲ ।
ଆମେ ମହିଳା ସଶକ୍ତିକରଣର ନାରା ଦେବା ଏବଂ ସ୍ୱାଧୀନତା ନଦେବା ତେବେ କିଭଳି ଆମ ଦେଶ ପରିଚାଳିତ ହେବ । ଏଣୁ କେବଳଯେ ସଂରକ୍ଷଣ ଦେଇଦେଲେ ହେବନାହିଁ କିଭଳି ଜଣେ ମହିଳା ନିଜ ଇଚ୍ଛାରେ ସ୍ୱାଧୀନଭାବେ ଶାସନ ପ୍ରକ୍ରିୟାରେ ଜଡିତ ହେବ ତାହା ଦେଖିବା ଜରୁରୀ । ବିଜେଡିର ଏହି ସଂରକ୍ଷଣ ଘୋଷଣାପରେ ଅନେକ ନେତା ନିଜର ପତ୍ନୀଙ୍କୁ ରାଜନୀତିକୁ ଆଣି ଟିକେଟ ହାତେଇବା ପାଇଁ ଚେଷ୍ଟା କରୁଛନ୍ତି । ଯେଉଁମାନେ କେବେ ଘରୁ ବାହାରିବା ଦେଖିବାକୁ ମିଳିନଥିଲା ହଠାତ ସେମାନେ ନବୀନ ନିବାସରେ । ପ୍ରଶ୍ନ କଲେ ଉତ୍ତର ମିଳେ ଯେ ସେମାନେ ମଧ୍ୟ ମହିଳା ସଶକ୍ତିକରଣରେ ମୁଖ୍ୟମନ୍ତ୍ରୀଙ୍କ ସହ ମିଳିମିଶି କାମ କରିବେ ।
ଦେଖିବାକୁ ବାକି ରହିଲା ଆଗକୁ ଏହି ସଂରକ୍ଷଣ ନେଇ ନବୀନ ଆଉ କଣ ମାଷ୍ଟରଷ୍ଟ୍ରୋକ ଖେଳୁଛନ୍ତି । କିଛି ନୂଆ ଚେହେରା ଆସୁଛନ୍ତି ନା ପରିବାର ପ୍ରିତୀରେ ଲୋକ ଟିକେଟ ହାତଉଛନ୍ତି ।
Comments
Post a Comment