"ଖୁସି ଯୋଜନା" ବିଶ୍ଳେଷଣ, ସଫଳ ନା ବିଫଳ?

ଢେଙ୍କାନାଳ: ରାଜ୍ୟରେ କିଶୋରୀ ଏବଂ ମହିଳାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସରକାର ୨୬ଫେବ୍ରୁଆରୀ ୨୦୧୮ରେ ଘୋଷଣା କରିଥିଲେ “ଖୁସି ଯୋଜନା” । ଏହି କାର୍ଯ୍ୟକ୍ରମ ରେ ରାଜ୍ୟର ସରକାରୀ ଏବଂ ବେସରକାରୀ ସ୍କୁଲରେ ପାଠପଢୁଥିବା ଛାତ୍ରୀଙ୍କୁ ମାଗଣାରେ ସାନିଟାରୀ ନପକୀନ ଯୋଗେଇ ଦେବେ ରାଜ୍ୟ ସରକାର । ଏହା ସହ ରାଜ୍ୟର ଗ୍ରାମାଞ୍ଚଳରେ ଥିବା ମହିଳାଙ୍କୁ ମଧ୍ୟ ରିହାତି ଦରରେ ସାନିଟାରୀ ନପକୀନ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
   ଏହା କେତେଦୂର ସଫଳ ତାହା ଦେଖିବାକୁ ଆମେ କିଛି ଗ୍ରାମାଞ୍ଚଳର ସ୍ଥିତି ପରଖିଥିଲୁ । ଦେଖିବାକୁ ମିଳିଥିଲା ଯେ ଅନେକ ସ୍ଥାନରେ ଏହି ଯୋଜନା କାର୍ଯ୍ୟକାରୀ ହେଉଘିବା ବେଳେ ଆହୁରି ଅନେକ ସଚେତନତାର ଆବଶ୍ୟକତା ରହିଛି । ଏବେ ମଧ୍ୟ ଗ୍ରାମଞ୍ଚଳରେ ମହିଳା ମାନେ ପୁରୁଣା ପ୍ରଣାଳୀର ସାହାର୍ଯ୍ୟ ନେଉଛନ୍ତି । କେତେକ ଅଛନ୍ତି ଏହାକୁ ଲୁଚାଇବା ସହ ଖୋଲାଖୋଲି ଏ ବିଷୟରେ କହିବାକୁ ଚାହୁନଥାନ୍ତି । ଆଉ ସାଧାରଣ ଛାତ୍ରୀ ମାନଙ୍କ କଥାକୁ ଦେଖିବା ତାହେଲେ ସେମାନେ ଏବିଷୟରେ ଅବଗତ କିନ୍ତୁ ଏହାର ବ୍ୟବହାର କରିବା ରେ ସେମାନେ ସଚେତନ ନୁହଁ । କିଛି ଛାତ୍ରୀ କୁହନ୍ତି ଯଦି ଏ ସମ୍ପର୍କରେ ବିଦ୍ୟାଳୟରେ ଶିକ୍ଷା ଦାନ କରା ଯାଆନ୍ତା ତେବେ ଏଥିପ୍ରତି ସେମାନେ ଆଗ୍ରହ ପ୍ରକାଶ କରନ୍ତେ ।     
   ଆଜିବି ସାମଜରେ ଏହାକୁ ନେଇ ଅନେକ କୁସଂସ୍କାର ରହିଛି ଯେ ମାସିକ ଋତୁସ୍ରାବରେ ଗୋଟେ ଝିଅ ହେଉ ଅବା ମହିଳା ଅଶୁଦ୍ଧ ହୋଇଥାଏ । ତାକୁ କୌଣସି କାମ କରିବାକୁ ବା କାହାକୁ ଛୁଇଁବାକୁ ଦିଆଯାଏ ନାହିଁ । ଅନେକ ସମୟରେ ସେମାନେ କହିପାରନ୍ତି ନାହିଁ ଏବଂ ଅନେକ କଷ୍ଟରେ ଥାଇ ସେମାନେ ନିଜର ଖୁସିକୁ ଅନ୍ୟ ମାନଙ୍କ ପାଇଁ ବଳି ଦେଇଥାନ୍ତି । ଏହି ଘଟଣା ସବୁ ଗ୍ରାମାଞ୍ଚଳରେ ସୀମିତ ହୋଇରହିନାହିଁ । ସହରରେ ମଧ୍ୟ ଆଜିବି ମହିଳା ମାନେ ଏବିଷୟରେ କଥା ହେବାକୁ ପ୍ରସ୍ତୁତନୁହେଁ । କାରଣ କଣ ବୁଝିହୁଏନାହିଁ । ଏହା ଏକ ପ୍ରାକୃତିକ ପ୍ରକ୍ରିୟା ଯାହା ସମସ୍ତ ମହିଳା ବା ଯୁବତୀଙ୍କ ସହ ହୋଇଥାଏ । ଏହାର ପରିବର୍ତ୍ତନ ହେବା ଦରକାର ଯାହାଦ୍ୱାରା ସେମାନଙ୍କର ସ୍ୱାସ୍ଥ୍ୟର ସୁରକ୍ଷା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରାଯାଇପାରିବ ।
ଏଥି ପାଇଁ ଗ୍ରାମାଞ୍ଚଳରେ ଆଶାଦିଦି ମାନଙ୍କୁ କାର୍ଯ୍ୟକରିବାକୁ କୁହାଯାଇଥିଲେ ମଧ୍ୟ ଏହା ଆଜିବି ସମସ୍ତଙ୍କ ପାଖରେ ପହଞ୍ଚି ପାରିନାହିଁ । କିଛି ମହିଳା ସାନିଟାରୀ ପ୍ୟାଡର ବ୍ୟବହାର କରଥିବା ବେଳେ ଆହୁରି ୬୦ଭାଗ ମହିଳା ଆଜିବି ଏବିଷୟରେ ଜାଣି ମଧ୍ୟ ଏହାକୁ ବିରୋଧ କରୁଛନ୍ତି । ବିରୋଧର ଅର୍ଥ ନୁହେଁ ଜୋର ସେମାନେ ଏହାକୁ ବନ୍ଦ କରିବାକୁ କହୁଛନ୍ତି ସେମାନେ ଏହାର ଦାମ ଆଉ କିଣିବାର ଅକ୍ଷମତା କୁ ଦାୟୀକରିଛନ୍ତି ।
  ଖୁସି ଯୋଜନାରେ ରାଜ୍ୟ ସରକାର ବାର୍ଷିକ ୭୦କୋଟି ଖର୍ଚ୍ଚ କରିବେ ବୋଲି ଘୋଷଣା କରିଥିଲା ଗତ ମାସରେ ମଧ୍ୟବର୍ତ୍ତୀକାଳୀନ ବଜେଟରେ ଅଧିକ ୫୦କୋଟି ଖର୍ଚ କରିଯିବା ନେଇ ବ୍ୟୟବରାଦ କରାଯାଇଛି । ଯାହା ଦ୍ୱାରା ରାଜ୍ୟର ୧୭ ଲକ୍ଷ ଛାତ୍ରୀ ଏବଂ ଗ୍ରାମଞ୍ଚଳର ଅନେକ ମହିଳା ଏହାର ଲାଭ ଉଠାଇପାରିବେ ।
   ଆମ ଦେଶରେ ଏଭଳି ଯୋଜନାର ଅନେକ ଉଦାହରଣ ଦେଖିବାକୁ ମିଳେ । କେରଳ ପ୍ରଥମ ରାଜ୍ୟ ଭାବେ ମହିଳା ଆଉ ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରୀ ନପକୀନ ଯୋଗାଇଦେଇଛି । ମହାରାଷ୍ଟ୍ର, ହରିୟାଣା, ଉତ୍ତରପ୍ରଦେଶରେ ମଧ୍ୟ ଏହିଭଳି ଯୋଜନା ଆରମ୍ଭ ହୋଇଛି । ଅନ୍ୟପଟେ ଏହି ବିଷୟଉପରେ ଚଳଚ୍ଚିତ୍ର ମଧ୍ୟ ନିର୍ମାଣ ହୋଇଛି । ତାମିଲନାଡୁର “ପ୍ୟାଡ଼ମ୍ୟାନ” ଭାବେ ପରିଚିତ ଅରୁନାଚଳମ ମୁରୁଗାନାଥମଙ୍କ କାହାଣୀକୁ ନେଇ “ପ୍ୟାଡ଼ମ୍ୟାନ” ଚଳଚ୍ଚିତ୍ର ପରଦା କୁ ଆସିଥିଲା ଏଥିରେ ସାଧାରଣ ମହିଳା କିପରି ନିଜର ୠତୁ ସ୍ରାବ ଜନିତ ଅସୁବିଧାକୁ ନିଜର ଅସହାୟତା ମଣିବାସହ ଏହାକୁ ନିଜର ଅକ୍ଷମତା ମଣୁଛି ଏବଂ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ଅକ୍ଷୟ କୁମାର କିଭଳି ସାନିଟାରୀ ନପକୀନର ବ୍ୟବହାର ପାଇଁ ଲୋକଙ୍କୁ ବୁଝାଉଛନ୍ତି ଆଉ ସଫଳ ହେଇଉଛନ୍ତି ତାହାକୁ ଦର୍ଶାଯାଇଛି ।
  “ଖୁସି ଯୋଜନା” କେତେଦୂର ସଫଳ ତାହାତ ସମୟ କହିବ କିନ୍ତୁ ବର୍ତ୍ତମାନ ସମୟରେ ଏଥିପାଇଁ ଆହୁରି ସଚେତନତାର ଆବଶ୍ୟକତା ରହିଛି । ସରକାର କେବଳ ଯୋଜନା କରି ଚୁପ ହୋଇ ବସିଲେ ସଫଳ ହୋଇ ପାରିବ ନାହିଁ ଏହା କିଭଳି ଆହୁରି ଅଧିକ ସଫଳ ହେବ ସେନେଇ ଦୃଷ୍ଟି ଦେଲେ ସମସ୍ତଙ୍କ ନିକଟରେ ଏହା ପହଞ୍ଚି ପାରିବ ଏବଂ ଏହା ଯେଉଁ ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି ତାହା ବି ପୂରଣ ହେବ । ସ୍ୱଚ୍ଛତାର ନାରା ଦେଇ କେବଳ ଯୋଜନା ଆରମ୍ଭ ହୋଇଛି ଆଉ ଆଗକୁ ଏହାର ଗତି କେଉଁ ଆଡକୁ ଯାଉଛି ତାହା ଦେଖିବାକୁ ବାକିରହିଛି।

Comments

Post a Comment

Popular posts from this blog

ସମୟ ଆଉ ସମ୍ପର୍କ

ପଛରୁ ଛୁରୀ

ମୁଁ ଜାଣେ ମୁଁ କିଏ