କଲର ଅପେକ୍ଷା
ସେଇ କଲର ଅପେକ୍ଷା ସବୁଦିନ ଥାଏ
କେବେ ଆସେ, କେବେ ଆସେନି
ଯେବେ ଆସେ ଦେହରେ ଜୀବନ ଆସିଯାଏ
ଯେବେ ଆସେନି ଲାଗେ କିଛି ହେଇଯାଇଛି
ସେ କଲ ସବୁବେଳେ ଡରାଏ ଦେଲା ଭଳି
ଏତେ ଡର ଯେ ନିଜ କଥା ନିଜେ ଶୁଣିବା ବି କଷ୍ଟ
କାସ ନିର୍ଭୟରେ କଥା ହେଇପାରନ୍ତି
ନିଜ ସବୁ ଦୁଃଖ ସୁଖ କହିପାରନ୍ତି
ନିଜ ମନକୁ ଟିକେ ହାଲକା କରିଦିଅନ୍ତି
ହେଲେ ସବୁ ମିଛ, ସ୍ବପ୍ନ ହୋଇ ସବୁବେଳେ ଆସୁଛି
ସେ ଯେତେ ଦୁରେଇ ଗଲେ ବି ପାଖରେ ଅଛି
ମୋତେ ଅନେଇ ରହିଛି ଆଉ ଆଶୀର୍ବାଦ କରୁଛି
ମୋତେ ସବୁବେଳେ ବଳ ଯୋଗାଉଛି
ନିଜ ଇଚ୍ଛା ବିରୁଦ୍ଧରେ ମୋତେ କେତେବେଳେ
କେତେ କଥା କହୁଛି ଆଉ କେତେବେଳେ ସ୍ନେହବି କରୁଛି
ତା ସ୍ନେହ ଆଉ ଭଲ ପାଇବା କେହି କହିଦେଲେ ସରିଯିବନି
ସେ ସମ୍ମାନ ମୋ ହୃଦୟରୁ ଥିଲା, ଅଛି ଆଉ ଥିବ
ଜୀଵନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ
Comments
Post a Comment