ଫୋନ କଲ

ସବୁଦିନ ଆସେନି ସେହି କଲ
ଆଉ ଯେବେ ଆସେ, ଅନେକ କିଛି କୁହେ ସେ କଲ
ତାକୁ ଏତେ ଧୌର୍ଯ୍ୟର ସହ ଶୁଣେ ଯେମିତି ଗପ
ହଁ ସେ ଗପ ହେଲେ ବି ସତ 
ଯିଏ ବୁଝିପାରିବ ତା ପାଇଁ ସତ
ଆଉ ଅବୁଝା ମାନେତ ବୁଝିପାରିବେନି
ମନରେ କୋହ ଆଉ ଦୁଃଖ ଶୁଣିପାରେ ସେ କଲ
ସେ ବି ଦୁଃଖ ଭୁଲି ଟିକିଏ ହସିଦିଏ
ପଦେ କଥାରେ ବେଳେବେଳେ ରାଗି ଯାଏ
ତା ରାଗ ଆଗରେ ସବୁବେଳେ ହାର ମାନେ ମୁଁ
ଭଗବାନ ବି ମୋତେ ତା ଭଳି କରିଥାନ୍ତେ ଭଲା
ମୁଁ ବି ଜାଣିପାରନ୍ତି କେତେ କଷ୍ଟ ସହିଛି
ହେଲେ ବି ସେ ହସୁଛି ଅନ୍ୟ ପାଇଁ

Comments

Popular posts from this blog

ସମୟ ଆଉ ସମ୍ପର୍କ

ପଛରୁ ଛୁରୀ

ମୁଁ ଜାଣେ ମୁଁ କିଏ