ରାଗ

ରାଗ ଗୋଟେ ନାରୀର ଗହଣା
ରାଗ ଗୋଟେ ଝିଅର ସବୁଠୁ ଭଲ ପରିଚୟ
ସେ ଯେତେବେଳେ ରାଗେ ଲାଗେ ଆଜି ପାହାଡ଼ ଖସିଛି
ସେ ଚୁପ ରହିଲେ, ଲାଗେ ସାରା ଦୁନିଆ ଶାନ୍ତ ପଡିଛି
ବେଳେବେଳେ ଏତେ ରାଗେ ଯେ କଥା କହିବା ମୁସ୍କିଲ
ଆଉ ବେଳେବେଳେ ସେ ରାଗରେ ଏତେ କୁହେ ଲାଗେ
ଆଜି ଯେମିତି ସେ ସବୁ ମନର କୋହ ମତେ କହୁଛି
ମୁଁ ଜାଣିଛି ସେ କେତେରାଗି, ମୁଁ ଜାଣିଛି ସେ କେତେ ରାଗି
ଯେ ତା ରାଗ ଦେଖିନାହାନ୍ତି ସେ ଥରେ ଦେଖିଆସ
ସେ ରାଗରେ ସିନା ଏତେ କଥା କୁହେ କିନ୍ତୁ ପରେ ଭୁଲିଯାଏ
ସେ ଭୁଲିବା ଗୁଣ ଯୋଗୁ ମୁଁ କହେ ଭଗବାନ ମୋତେ ଟିକେ
ସେ ରୋଗ ଦେଇ ଥାନ୍ତେ ଭଲା, ସାରା ଦୁନିଆଟା ଭୁଲିଯାନ୍ତି
ହେଲେ ସେ ରାଗିବା ବି ସ୍ୱାଭାବିକ
ଏତେ ଦୁଃଖ ଜୀବନରେ ଅଛି ଯେ, କହିବ କାହାକୁ
ସେ ଦୁଃଖ ଆଗରେ ଏ ରାଗ କିଛି ନୁହେଁ
ଦୁନିଆ ତ ତାକୁ ଭୁଲ ବୁଝିଲା ସେ କହିବ କାହାକୁ
ହେଲେ ବି ସେ ଦୃଢ଼ ହୋଇଛି ଆଉ କିଛି କରିବ ବୋଲି ଭାବିଛି
ଆଗକୁ ଯିବ, ନିଜପାଇଁ ଭଲ ପରିବେଶ ଗଢ଼ିବ

Comments