ତମ ପାଇଁ ପଦେ...
ବନ୍ଧୁ ନଥିଲେ କେହି ମୋ ଜୀବନରେ
ବନ୍ଧୁ ହୋଇ ଆସିଥିଲ ତୁମେ
ବନ୍ଧୁ ହୋଇ ରହିଥିବ ତୁମେ
ବନ୍ଧୁ ହୋଇ ଆଗକୁ ବଢିବା ଆମେ।
ବାପା ବୋଉ ପରେ ତମେ ମୋ ସାଥି
ବାପା ବୋଉ ପରେ ତମେ ମୋ ପ୍ରେରଣା
ବାପା ବୋଉ ପରେ ତମେ ମୋ ଶକ୍ତି
ବାପା ବୋଉ ପରେ ତମେ ମୋ ଆଦର୍ଶ ।
ଜାଣିନାହିଁ କାହିଁକି ତମେ ମୋତେ ଏତେ ଭଲପାଅ
ସତରେ ନାଁ ମିଛରେ ।
ମନେ ପଡେ ସେହି ପ୍ରଥମ କଥା ଯେତେବେଳେ
ତମେ ସହ ଦେଖା ହୁଏ, ଗୋଟେ ଛୋଟ ଛୁଆ ତାକୁ
ତାକୁ ଅନ୍ଧାରକୁ ଭାରି ଭୟ ଆଜି ସେଛୋଟ ଛୁଆ ବଡ
ହୋଇଯାଇଛି । ଡରୁଛି ଅନ୍ଧାରକୁ କିନ୍ତୁ ଦୃଢ ହୋଇଛି ସେ
ଜାଣେନି କାହିଁକି ତାଙ୍କ ଉପରେ ରାଗିପାରେନି, ସବୁବେଳ
ଲାଗେ ସେ ଟିକିଏ ହସିଦେଲେ ଆତ୍ମାକୁ ଖୁସି ମିଳିଯାଏ ।
ତାକୁଟିକେ ହସାଇବାପାଇଁ କେତେକଣ କରେ ମୁଁ
ଖାଲି ଚାହେଁ ସେ ସବୁବେଳେ ହସୁଥାଉ ।
ତାଙ୍କ ସହ ସେହି ଗୋଟିଏ ଥାଳିରେ ଖାଇବା
ତାଙ୍କ ସହ ସେହି ଗୋଟିଏ ସେଲ୍ଫି ନେବା
ତାଙ୍କ ସହ ସେହି ଗୋଟିଏ କଥା ପାଇଁ ଝଗଡ଼ା
ତାଙ୍କର ସେହି ଗୋଟିଏ କଲ ପାଇଁ ଅପେକ୍ଷା ।
ଲାଗେ ଯେମିତି ମୋ ହଜିଯାଇଥିବା ଜିନିଷ ମିଳିଯାଇଛି
ଲାଗେ ଯେମିତି ମୋ ଜୀବନରେ ରଙ୍ଗ ଭରିଯାଇଛି ।
କଥାଦେଇଥିଲି ବନ୍ଧୁହୋଇ ରହିବି
କଥାଦେଇଥିଲି ଛୋଟ ଭାଇ ହୋଇ ରହିବି
କଥାଦେଇଥିଲି ତମକୁ ଖୁସିରେ ଦେଖବି
କଥାଦେଇଥିଲି ଏ ସମ୍ପର୍କକୁ ସୁଦୃଢ କରିବି ।
ତମକୁ ମୋର ଛୋଟ ଉପହାର ଏ କବିତା
ସବୁବେଳେ କୁହ ମୋତେ ଏତେ ଭଲ ପାଅ କାହିଁକି ?
କାଲି କହିଲ ମୋତେ ଛାଡି ଯିବନିତ .
ସେତେବେଳେ ମୁଁ ଆଉଥରେ କଥା ଦେଲି
ନାଁ ମୁଁ ଯିବିନି ରହିବି ତମ ସାଥିରେ, ରହିବି ତମ ସାଥିରେ ।
Comments
Post a Comment