ସୁପ୍ରିମକୋର୍ଟ ରାୟକୁ ସମାଜରେ ଗ୍ରହଣ କରାଯିବା ଦରକାର
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୮ ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଏକ ଐତିହାସିକ ଦିନ । ଏହି ଦିନ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୪୯୭କୁ ଅସାମ୍ବିଧାନିକ ବୋଲି ଘୋଷଣା କଲେ ସୁପ୍ରିମକୋର୍ଟ ର ସତେବେଳର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ୫ଜଣିଆ ଖଣ୍ଡପୀଠ ଏହି ରାୟ ଦେଇଥିଲେ । ଏହି ରାୟରେ ପରକୀୟା ପ୍ରୀତି ଅପରାଧ ନୁହେଁ ବା ବ୍ୟଭିଚାର ଛାଡପତ୍ର ପାଇଁ ଆଧାର ନୁହେଁ ବୋଲି ମତ ଦେଇଛନ୍ତି ।
ଜଷ୍ଟିସ ଇନ୍ଦୁ ମଲହୋତ୍ରା ଧାରା୪୯୭ କୁ ଅସାମ୍ବିଧାନିକ ବୋଲି କହିଛନ୍ତି । ଜଷ୍ଟିସ ଖାନୱେଲକର ଏବଂ ଜଷ୍ଟିସ ମିଶ୍ର ରାୟରେ କହିଥିଲେ ଯଦି ବ୍ୟଭିଚାର କାରଣରୁ ପତି, ପତ୍ନୀ ଆତ୍ମହତ୍ୟା କରନ୍ତି ଆଉ ଏହାର ପ୍ରମାଣ ଥାଏ ତେବେ ଆତ୍ମହତ୍ୟା ପାଇଁ ଉସକାଇବା ମାମଲାରେ ଏହା ଅନ୍ତର୍ଭୁକ୍ତ ହେବ । ସମ୍ବିଧାନର ଧାରା ୪୯୭ ରେ ଉଲ୍ଲେଖ ଅଛିଯେ ପରକିୟା ପ୍ରୀତି ଏକ ଅପରାଧ ଏବଂ ଏହି ଧାରାରେ ବ୍ୟଭିଚାର କୁ ଅପରାଧ ତାଲିକାଭୁକ୍ତ କରାଯାଇଥିଲା । ଏହାର ଖିଲାପକାରୀଙ୍କୁ ସିଆରପିସି ଧାରା ୧୯୮ ଅନୁଯାୟୀ ପୁରୁଷଙ୍କୁ ୫ବର୍ଷ ଜେଲ ବ୍ୟବସ୍ଥା ଥିବାବେଳେ ସମାନ ଭୁଲ ପାଇଁ ମହିଳାଙ୍କୁ କିଛି ଦଣ୍ଡ ବ୍ୟବସ୍ଥା ନଥିଲା । କାରଣ ମହିଳାଙ୍କୁ ସ୍ୱାମୀଙ୍କ ସମ୍ପତି ଭାବେ ବିବେଚନା କରାଯାଉଥିଲା ।
ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯଦି ଉଭୟ ପୁରୁଷ, ନାରୀ ସହମତିରେ ଏହି ସବୁ କାମ କରନ୍ତି ତେବେ ଏହାକୁ ଅପରାଧରେ ଗଣାଯିବ ନାହିଁ । କିନ୍ତୁ ଏହାର ଭୁଲ ଉପଯୋଗ କଲେ ଜୋରିମାନା ଏବଂ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ।
ବର୍ତ୍ତମାନ ସୁପ୍ରିମକୋର୍ଟ ଏହାକୁ ଅସମ୍ବିଧାନିକ ଘୋଷଣା କରିବା ପରେ ଉଭୟ ପୁରୁଷ ଏବଂ ମହିଳା ସମାନ, ପତ୍ନୀ ସ୍ୱାମୀଙ୍କ ମାଲିକ ନୁହନ୍ତି ବୋଲି ସର୍ବୋଚ୍ଚ ଅଦାଲତ ମତ ଦେଇଛନ୍ତି । ଏହାକୁ ନେଇ ଜନସାଧାରଣ ମଧ୍ୟରେ ବିଭିନ୍ନ ମତ ପ୍ରକାଶ ପାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ଅଧ୍ୟାପକ ବିକ୍ରମ କେଶରୀ ମିଶ୍ର କହିଛନ୍ତି, ସୁପ୍ରିମକୋର୍ଟର ନିଷ୍ପତ୍ତିକୁ ଗ୍ରହଣ କରାଯିବା ଦରକାର । ପରିବାରରେ ପତି, ପତ୍ନୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ଦରକାର ଯାହାଫଳରେ ପରିବାର ଠିକ ଭାବରେ ପରିଚାଳିତ ହୋଇପାରବ । ତେଣୁ ଏହା ଏକ ଗ୍ରହଣଯୋଗ୍ୟ ପଦକ୍ଷେପ ।
Comments
Post a Comment