ସମସ୍ତେ ଗୋଟିଏ ହେଉ ପଛେ ଗଛ ଲଗାଅ : ଗଛ ସାର
ଢେଙ୍କାନାଳ: ନାମ ଅନ୍ତର୍ଯ୍ୟାମୀ ସାହୁ, ବୟସ ୭୫, ଘର ନୟାଗଡ଼ ଜିଲ୍ଲା କଣ୍ଟିଲୋ । କିନ୍ତୁ ସେ ପରିଚିତ ହୁଅନ୍ତି ଗଛ ସାର ନାଁରେ । ଏହାପଛରେ ଏକ ଲମ୍ବା କାହାଣୀ । ପେଶାରେ ଥିଲେ ଜଣେ ପ୍ରାଇମେରୀ ସ୍କୁଲ ଶିକ୍ଷକ ଥିଲେ, ହେଲେ ତାଙ୍କର ସଉକ ଥିଲା ଗଛ ଲଗାଇବା ଆଉ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ।
ଆଉ ଅବସର ନେବା ପରେ ଘରେ ନବସି ସାଇକେଲରେ ବିଭିନ୍ନ ଜିଲ୍ଲା ଭ୍ରମଣ କରି ଲୋକଙ୍କ ଭିତରେ ସଚେତନତା ବାର୍ତ୍ତା ଦେଉଛନ୍ତି । ବର୍ତ୍ତମାନ ସେ ହୃଦରୋଗରେ ଶିକାର କିନ୍ତୁ ଦୃଢ ଇଚ୍ଛା ଶକ୍ତି ରୋଗ ଆଗରେ ହାର ମାନିଛି । ତାଙ୍କୁ ପଚାରିଲେ ସେ କହନ୍ତି, ପିଲାଟି ଦିନରୁ ନିଜ ଇଚ୍ଛାରେ ଗଛ ଲଗେଇ ଆସୁଛି । ଆଉ ମୋ ପରିବାର ବି ମୋତେ ଯଥେଷ୍ଟ ସହଯୋଗ କରୁଛନ୍ତି । ସେ କହନ୍ତି ଆମ୍ବ, ବର, ଅଶ୍ୱତ୍ଥ ଗଛ ଭଳି ଦୀର୍ଘସ୍ଥାୟୀ ଗଛ ଲଗାଅ ଯାହା ଆମ ଭବିଷ୍ୟତ ପିଢୀକୁ ସୁରକ୍ଷା ଦେଇପାରିବ । କେବଳ ଗଛ ଲଗେଇ ଦେଲେ ହେବନି ତାର ସଠିକ ଯତ୍ନ ନେବା ଦରକାର । ଆଗକୁ ବଞ୍ଚିଥିବା ପର୍ଯ୍ୟନ୍ତ ମୋର ଅଭିଯାନକୁ ସବୁ ସ୍ଥାନରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବି ।
ବିଶେଷ କରି ଆଗାମୀ ପିଢ଼ିର ଛୋଟ ଶିଶୁଙ୍କୁ ଏ ଦିଗରେ ଶିକ୍ଷା ଦେବାପାଇଁ ସେ କହିଛନ୍ତି ଯାହା ଦ୍ୱାରା ସେମାନେ ସଚେତନ ହେବେ ଆଉ ନିଜର ସୁଖଦ ଭବିଷ୍ୟତ ପାଇଁ ଚେଷ୍ଟା କରିବେ । ନିଜର ଶେଷ ପ୍ରତିକ୍ରିୟା ରେ ସେ କହିଛନ୍ତି ଜୀବନର ଶେଷ ମୁହୁର୍ତ୍ତ ଯାଏଁ ବୃକ୍ଷରୋପଣ କରିଚାଲିବି । ଆଉ ଅନୁରାଧ କରିବି ସମସ୍ତେ ଗୋଟିଏ ହେଉ ପଛେ ସ୍ଥାୟୀ ଗଛ ଲଗାଅ ।
Comments
Post a Comment