ସାମ୍ବାଦିକତାକୁ ପେଶା ନୁହେଁ କର୍ତ୍ତବ୍ୟ ଭାବିବା ଉଚିତ
ପୁସ୍ତକ- ମହାତ୍ମାଗାନ୍ଧୀ ଏ ଜର୍ଣ୍ଣାଲିଷ୍ଟ ଆଣ୍ଡ ଏଡିଟର
ପ୍ରକାଶକ-ପ୍ରେସ କ୍ଲବ, କୋଲକାତା
ସମ୍ପାଦନା- ଡ଼ ମୃଣାଳ ଚାର୍ଟର୍ଜୀ ଏବଂ ସ୍ନେହାସିସ ସୁର
ସମୀକ୍ଷା- ଧର୍ମେନ୍ଦ୍ର କୁମାର ପ୍ରଧାନ
ପୁସ୍ତକ"ମହାତ୍ମା ଗାନ୍ଧୀ ଏ ଜର୍ଣ୍ଣାଲିଷ୍ଟ ଆଣ୍ଡ ଏଡିଟର"ରେ ମହାତ୍ମା ଗାନ୍ଧୀଙ୍କୁ ଜଣେ ଶ୍ରେଷ୍ଠ ସମ୍ପାଦକ ଏବଂ ସାମ୍ବାଦିକ ଭାବରେ ଅଭିହିତ କରାଯାଇଛି । ଏହା ସହ ତାଙ୍କ ଜୀବନୀ ସମ୍ପର୍କରେ ଅନେକ ରୋଚକ ତଥ୍ୟ ମଧ୍ୟ ସାମ୍ନା କୁ ଆସିପାରିଛି । ଏହାର ପ୍ରଥମ ସୋପାନରେ ଡ଼ ଚାଟାର୍ଜୀ କହିଛନ୍ତି ଏ ପୁସ୍ତକ ଗାନ୍ଧୀଙ୍କ ଆଦର୍ଶବାଦରେ ବାନ୍ଧିରଖିବାର ଏକ ଛୋଟ ଉଦାହରଣ । ସେ ନିଜ ଲେଖା ମାଧ୍ୟମରେ ଭାରତରେ ଏକ ଗଣଆନ୍ଦୋଳନ ସୃଷ୍ଟି କରିପାରିଥିଲେ ଏବଂ ସାମ୍ବାଦିକତାର ନିକଟକୁ ଯିବାକୁ ଚେଷ୍ଟା କରୁଥିଲେ ତାହା ଉଲ୍ଲେଖ ଅଛି ।
ଲେଖକ ତୁଷାର ଅରୁଣ ଗାନ୍ଧୀ ଲେଖିଛନ୍ତିଯେ, ସାଧାରଣ ପାଠକ ତଥା ନୂତନ ଭାବେ ସାମ୍ବାଦିକତାକୁ ନିଜ ପେଶା ଭାବେ ଗ୍ରହଣ କରୁଥିବା ଯୁବପିଢ଼ି ଏହାର ମୂଳମନ୍ତ୍ର ବୁଝିବା ଦରକାର ଏବଂ ଏହାକୁ ନିଜର କର୍ତ୍ତବ୍ୟ ଭାବେ ଗ୍ରହଣ କରିବା ଦରକାର । ଯାହା ଦ୍ୱାରା ଗାନ୍ଧୀ ଯେଉଁ ପରମ୍ପରା ଆରମ୍ଭ କରିଥିଲେ ତାହା ହଜିଯିବନାହିଁ । ଅଧ୍ୟାପକ ସୁବିର ଘୋଷ ନିଜ ଲେଖାରେ ଦର୍ଶାଇଛନ୍ତିଯେ, ଗାନ୍ଧୀ କିଭଳି ଗଣମାଧ୍ୟମର ବିନା ସାହାର୍ଯ୍ୟରେ ଲୋକଙ୍କ ସହ ସଠିକ ଯୋଗଯୋଗ ସ୍ଥାପନ କରି ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ତା ସମ୍ପର୍କରେ ଅତି ସୁନ୍ଦର ଭାବେ ଅବତାରଣା କରିଛନ୍ତି ।
ସ୍ନେହାସିସ ସୁର ଏହି ପୁସ୍ତକରେ ଗାନ୍ଧୀଙ୍କ ସାମ୍ବାଦିକତା ଜୀବନର ଆରମ୍ଭ ଦିନ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଯାହା ଦ୍ୱାରା ଅନେକ ତଥ୍ୟ ଆମେ ଜାଣିପାରିଛୁ । ଡ଼ ଉମାଶଙ୍କର ପାଣ୍ଡେ ନିଜ ଲେଖାରେ ଗାନ୍ଧୀଙ୍କ ଦକ୍ଷିଣ ଆଫ୍ରିକାରେ କିଭଳି ନିଜର ବ୍ୟକ୍ତିତ୍ୱ ସୃଷ୍ଟି କରି ଭାରତୀୟ ମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିଲେ ସେ ସମ୍ପର୍କରେ ଅନେକ ଧାରଣା ଏହି ପୁସ୍ତକରୁ ମିଳିପାରିଛି ।
ଏହି ପୁସ୍ତକକୁ ସମୀକ୍ଷା ପରେ ଅନେକ ନୂତନ କଥା ସାମ୍ନାକୁ ଆସିଛି । ଜଣେ ସାଧାରଣ ପାଠକ ପାଇଁ ଏହି ପୁସ୍ତକ ଏକ ନୂତନ ଅନୁଭୂତି ସୃଷ୍ଟି କରିପାରିବେ,ଯେଉଁମାନେ ଗବେଷଣା କରୁଛନ୍ତି ତାଙ୍କ ପାଇଁ ଏହା ଏକ ଦରକାରୀ ସାଥୀ ହୋଇପାରିବ ଯାହାକୁ ବ୍ୟବହାର କରି ଆଗକୁ ଯାଇପାରିବେ ।
Comments
Post a Comment