ପାଠପଢା ବୟସରେ ପରିବାର ବୋଝ
ଢେଙ୍କାନାଳ: ଯେଉଁ ବୟସରେ ସ୍କୁଲ ଯିବା କଥା, ସେହି ବୟସରେ ସେ ପରିବାରର ବୋଝ ସମ୍ଭାଳୁଛି । ପରିବାରର ଅଭାବ ତାକୁ ଛାତ୍ର ନୁହେଁ ବରଂ ପରିଚୟ ଦେଇଛି ଜଣେ ଚୁଡି ବିକାଳୀର । ସହରରେ ଚାଲିଥିବା ଗଜଲଷ୍ମୀ ପୂଜାରେ ଚୁଡି ବିକୁଥିବା ୧୨ବର୍ଷର ଏହି ପିଲା ହେଉଛି ସମୀର । ଘର ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ।
ଚୁଡି ତିଆରି କରିବାରେ ସମୀର ନିଜ ପରିବାର ସଦସ୍ୟଙ୍କୁ ସାହାର୍ଯ୍ୟ କରେ । ବାକି ଛଅରୁ ସାତ ମାସ ସେ ବିଭିନ୍ନ ସ୍ଥାନରେ ହେଉଥିବା ଯାତ୍ରାରେ ବୁଲି ବୁଲି ଏହାକୁ ବିକ୍ରି କରେ । କେଉଁ ଚୁଡିର ଦାମ ୨୦ଟଙ୍କା ତ ଆଉ କେଉଁ ଚୁଡିର ଦାମ ୧୦୦ ଟଙ୍କା । ବଡ଼ ମେଳା ମହୋତ୍ସବରେ ତା'ର ଭଲ ବେପାର ହେଉଥିବା ସେ କହେ । ଏହି ବ୍ୟବସାୟରେ ପୁରା ପରିବାର ତା ସହ ଯୋଡି ହୋଇଥାନ୍ତି । ତେବେ କିଛି ସ୍ଥାନରେ ଲୋକେ ଜୋର ଜବରଦସ୍ତ ବାରଗେନ କରନ୍ତି ଆଉ ଏଥିରେ ରାଜି ନହେଲେ କେହି କେହି ଜିନିଷ ଫୋପାଡ଼ି ଦିଅନ୍ତି ବୋଲି ସେ ଦୁଃଖର ସହ କହେ । ଏହାସହ ବିନା କାରଣରେ ତାକୁ ମାଡ ମାରନ୍ତି ଲୋକ । ତା'ର ପରିବାର କିଛି କହିପାରନ୍ତି ନାହିଁ, କାରଣ ସେମାନେ ଅନ୍ୟ ରାଜ୍ୟରୁ ବିକ୍ରି କରିବାକୁ ଆସିଥିବାରୁ ସେମାନଙ୍କ ମନରେ ଭୟ ରହିଥିବା କୁହେ ସେ ।
Comments
Post a Comment