ଶିଶୁ ଯୌନ ନିର୍ଯାତନା ଓ ରାଜନୈତିକ ଆରୋପ

ବଢି ଚାଲିଛି ଶିଶୁଙ୍କ ଉପରେ ଯୌନ ନିର୍ଯ୍ୟାତନା । ଗୋଟେପଟେ ରାଜନୈତିକ ଆକ୍ଷେପ ଆଉ ଅନ୍ୟପଟେ ଦୋଷ ଲଦାଲଦି । କଣ ଏହା ପରିବର୍ତ୍ତନ ହେବନାହିଁ ? କଣ ଆମ ରାଜନେତା, ଅମଲା ନିଜ ଦାୟିତ୍ୱ ଛାଡି କଥାକଟାକଟିରେ ସମୟ ଅତିବାହିତ କରିଚାଲିଥିବେ । କେବେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ଏବଂ ଛୋଟଛୋଟ ଶିଶୁ ତଥା ନାବାଳିକା ମାନଙ୍କୁ ଏଭଳି ଘୃଣ୍ୟ କାମରୁ ମୁକ୍ତି ମିଳିପାରିବ ନାହିଁ । ପ୍ରଶ୍ନ ଅନେକ କିନ୍ତୁ ଉତ୍ତର ଶୂନ ।
   କାହିଁକି ଘଟୁଛି ଏଭଳି ଘଟଣା, କଣ ମାନବିକତା ହଜିଯାଇଛି ଆଜିର ସମାଜରେ । ଆମେ ନିଜକୁ ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ବୋଲି କହୁଛୁ କିନ୍ତୁ ଆମ ଭିତରେ ଭରି ଯାଇଛି ଅନେକ ଭାବନା ଯାହାକୁ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିବା ମଧ୍ୟ ସମ୍ଭବ ନୁହେଁ । 
   ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବା ତେବେ ୨ମାସ ମଧ୍ୟରେ ଅନେକ ଘଟଣା ସାମ୍ନାକୁ ଆସିଛି । ସେ ଢେ଼ଙ୍କାନାଳ ବେଳଟିକିରି ସେଲଟର ହୋମ ଘଟଣା ହେଉକି ତୁମୁଡିବନ୍ଧରେ ଚତୁର୍ଥ ଶ୍ରେଣୀ ନାବାଳିକା ଦୁଷ୍କର୍ମ ଘଟଣା ହେଉ, ଯଦି ଏହି ଘଟଣାକୁ ଅନୁଧ୍ୟାନ କରି ବିସ୍ଲେଷଣ କରିବା ତେବେ ଜାଣିବାକୁ ପାଇବା କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟୁଛି । ରାଜ୍ୟରେ ଦିନକୁଦିନ ଏହା ବୃଦ୍ଧି ପାଉଛି । ଗ୍ରାମାଞ୍ଚଳରେ ଏହାର ପରିମାଣ ଅଧିକ କିନ୍ତୁ ବିକଶିତ ସହରରେ ଏହା ଘଟୁନାହିଁ ବୋଲି କହିହେବ ନାହିଁ ।  ରାଜନେତା କହୁଛନ୍ତି ସରକାରଙ୍କ ଭୂଲ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅ । କଣ କେବଳ ଇସ୍ତାଫା ଦେଲେ ଏସବୁ ଘଟଣାର ସମାଧାନ ହୋଇଯିବ, କଣ ଦୁଷ୍କର୍ମର ମାତ୍ରା କମିଯିବ ? ଯଦି ହଁ ତାହେଲେ ସେମାନେ ଇସ୍ତଫା ଦେବା ଜରୁରୀ । ବିଭାଗୀୟ ମନ୍ତ୍ରୀ ଏଭଳି ଘଟଣା ପାଇଁ ପଦକ୍ଷେପ ନେବା ଜରୁରୀ । ଏହା ସହ ଅନେକ କାର୍ଯ୍ୟକ୍ରମ କରି ସଚେତନତା ସୃଷ୍ଟି କରିବା ଦରକାର । ଏବଂ ତାର ସଠିକ ପରିଚାଳନା ହେଉଛିକି ନାହିଁ ତାର ତଦାରଖ କରିବେ ଦରକାର ।
   ଯୋଜନା ପରେ ଯୋଜନା କରିଦେଲେ  ଯେ କେବଳ ସମସ୍ୟା ର ସମାଧାନ ହୋଇଯିବ ତାହା ଭାବିବ ଠିକ ନୁହେଁ । ତାର ସଫଳ ରୂପାୟନ କରଯିବା ଦରକାର । ଏଭଳି ଘଟଣାରେ ଗଣମାଧ୍ୟମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଗଣମାଧ୍ୟମ ପ୍ରତ୍ୟେକ ଘଟଣାକୁ ସଠିକ ଭାବରେ ଉପସ୍ଥାପନ କରିବା ଉଚିତ । ଯାହା ଦ୍ବାରା ଲୋକେ ଘଟଣାକୁ ବୁଝିବା ସହ ଏହାର ସମୀକ୍ଷା କରିପାରିବେ ।  ଏହା ସହ ଅନେକ ସଚେତନତା କାର୍ଯ୍ୟକ୍ରମ ପ୍ରସାରଣ କରିବା ଫଳରେ କିଛିକାଂଶରେ ଏଭଳି ଘଟଣାକୁ ରୋକାଯାଇପରିବା ।
   ସାଧାରଣ ଜନତାଙ୍କର ଜନତାଙ୍କ ଭୂମିକା ଏଥିରେ ଗୁରୁତ୍ୱପୂର୍ଣ୍ଣ । ସେମାନେ ଏଭଳି ମାନସିକତା  ଠାରୁ ଦୂରେଇ ରହିବା ଆବଶ୍ୟକ । ମାନସିକତାର ପରିବର୍ତ୍ତନ, ଶିକ୍ଷାର ପ୍ରସାର ଦ୍ବାରା ଏହାକୁ ଦମନ କରାଯାଇପାରିବ । ଜଣେ ସମାଜର ସାଧାରଣ ଲୋକ ଭାବେ ଅନ୍ୟମାନଙ୍କୁ ସଚେତନ କରିବା ଦରକାର ।  ଏଭଳି ସମ୍ବେଦନଶୀଳ ଘଟଣାକୁ ସମସ୍ତେ ସଠିକ ଭାବେ ବୁଝିବା ଦରକାର ଯାହାଦ୍ଵାରା କାହାର  ମଧ୍ୟ ହାନି ଘଟିବ ନାହିଁ । ଆଉ ଏଭଳି ଘଟଣାକୁ ସାଧାରଣ ଲୋକଙ୍କ ପାଖରେ ଠିକ ଭାବେ ପହଁଚାଇ ପାରିବ ।

Comments

Popular posts from this blog

ସମୟ ଆଉ ସମ୍ପର୍କ

ପଛରୁ ଛୁରୀ

ମୁଁ ଜାଣେ ମୁଁ କିଏ