ସିବିଆଇ-ସରକାର ମୁହାଁମୁହିଁ

ସାଧାରଣ ନିର୍ବାଚନ କୁ ୨ରୁ୩ମାସ ବାକି ରହିଛି । ଏହା ମଧ୍ୟରେ ଆରମ୍ଭ ହୋଇଛି ରାଜନୈତିକ ଟଣାଓଟରା, ଗୋଟେପଟେ ସରକାର ଅନ୍ୟପଟେ ବିରୋଧୀ । ଆଉ ତାମଧ୍ୟରେ  ରହିଯାଇଛି ଦେଶର ସବୁଠୁ ବଡ ତଦନ୍ତକାରୀ ସଂସ୍ଥା ସିବିଆଇ । ଦୁର୍ନୀତି ଅଭିଯୋଗ ମାମଲାର ତଦନ୍ତ ସମୟରେ ବିରୋଧୀ ଅଭିଯୋଗ କରୁଛନ୍ତି କେନ୍ଦ୍ରସରକାର ଜାଣିଶୁଣି ନିର୍ବାଚନ ପୂର୍ବରୁ ଅନେକ ନେତା, ମନ୍ତ୍ରୀଙ୍କୁ ଟାର୍ଗେଟ କରୁଛନ୍ତି  ଏବଂ ସିବିଆଇର ଉପଯୋଗ କରି ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି ।
  ଓଡିଶା କଥାକୁ ଉଦାହାରଣ ନେବା, ସିସୋର ଚିଟଫଣ୍ଡ ମାମଲାରେ ବିଜେଡିର ଦୁଇ ନେତା ଅରୁଣ ସାହୁ ଏବଂ ଅତନୁ ସବ୍ୟସାଚୀ ନାୟକଙ୍କୁ ସମନ କରିଛି ସିବିଆଇ । ଏହାର କିଛି ଘଣ୍ଟା ପରେ ରାଜ୍ୟ ପୁଲିସ ବିଜେପିର ଦୁଇ ବରିଷ୍ଠ ନେତା ଗୋଲକ ମହାପାତ୍ର, ଭୃଗୁ ବକ୍ସଇପାତ୍ରଙ୍କୁ ହଜାର ହେବାକୁ ନୋଟିସ ମିଳିଛି । ରାଜ୍ୟ ରାଜନୀତି ଏନେଇ ସରଗରମ ହେବାସହ ଆରୋପପ୍ରତ୍ୟାରୋପର ପର୍ବ ଆରମ୍ଭ ହୋଇସାରିଛି । ଦେଖିବାକୁ ବାକିରହିଲା  ଆଗକୁ ଆଉ କେଉଁ ଘଟଣା ପେଡିରୁ ବାହାରୁଛି ।
  ଠିକ ସେହିଭଳି ପଶ୍ଚିମବଙ୍ଗ ପୁଲିସ ଏବଂ ସିବିଆଇ ସମ୍ନାସାମ୍ନି ହୋଇଛନ୍ତି । ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇର ଏକ ୫ଜଣିଆ ଦଳ କୋଲକତା ପୁଲିସ କମିଶନରଙ୍କୁ ଜେରା କରିବାପାଇଁ ପହଞ୍ଚିଥିବା ବେଳେ ତାଙ୍କ ବାସଭବନ ଆଗରେ ରାଜ୍ୟ ପୁଲିସ ଅଟକାଇବା ସହ ବାସଭବନ ଭିତରକୁ ଯିବାକୁ ଦେଇନଥିଲା । ଏହାର କିଛି ସମୟପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କମିଶନରଙ୍କ ବାସଭବନ ଆଗରେ ପହଞ୍ଚି ସାମ୍ବାଦିକ ସମିଳନୀ କରି କେନ୍ଦ୍ରସରକାରଙ୍କ ବିରୋଧରେ ବର୍ଷିଥିଲେ ଏବଂ କହିଥିଲେ ମୋଦି ସରକାର ସିବିଆଇକୁ ଅସ୍ତ୍ର କରି ରାଜନୀତି କରୁଛନ୍ତି । ମୋଦି ଏବଂ ଶାହା ପଶ୍ଚିମବଙ୍ଗରେ କ୍ଷମତା ଦଖଲ ପାଇଁ ଷଡ଼ଯନ୍ତ୍ର ଚାଲାଇଥିବା ସେ ଅଭିଯୋଗ କରିଛନ୍ତି ।
  ଏହି ଘଟଣା ପରେ ମମତାଙ୍କୁ ଦେଶର ବିଭିନ୍ନ ଆଡୁ ସହଯୋଗ ମିଳିଛି । ସମାଜବାଦୀ ଦଳ ନେତା ଅଖିଲେଶ ଯାଦବ, ବହୁଜନ ସମାଜବାଦୀ ଦଳ ନେତ୍ରୀ ମାୟାବତୀ, ଆପ ନେତା ଅରବିନ୍ଦ କେଜରିବାଲ ସମର୍ଥନ କରିବା ସହ କେନ୍ଦ୍ରସରକାର ଉପରେ ବର୍ଷିଥିଲ।  ଏହି ଘଟଣାରେ ସିବିଆଇର ମଧ୍ୟବର୍ତ୍ତୀକାଳୀନ ନିର୍ଦେଶକ ଏମ ନଗେଶ୍ୱର ରାଓ କହିଛନ୍ତିଯେ, ରାଜୀବ କୁମାର ଚିଟଫଣ୍ଡ ଦୁର୍ନୀତିର ପ୍ରମାଣ ନଷ୍ଟ କରିବା ଉଦ୍ୟମ କରିଛନ୍ତି । ଏନେଇ ସିବିଆଇ ପାଖରେ ପ୍ରମାଣ ରହିଛି । ତାଙ୍କ ମନ୍ତବ୍ୟର  କିଛି ସମୟପରେ ନୂତନ ନିର୍ଦେଶକ ଭାବେ ଋଷି ଶୁକ୍ଳା ଦାୟିତ୍ୱ ନେଇଛନ୍ତି । ଦେଖିବାକୁ ବାକି ରହିଲା ଏଇ ଘଟଣା ଆଗକୁ କେଉଁ ମୋଡ ନେଉଛି ।

Comments

Popular posts from this blog

ସମୟ ଆଉ ସମ୍ପର୍କ

ପଛରୁ ଛୁରୀ

ମୁଁ ଜାଣେ ମୁଁ କିଏ